ଓଡ଼ିଶା

ଉତ୍କଳ ଦିବସ ପାଇଁ ପ୍ରସ୍ତୁତି ବୈଠକ ଆରମ୍ଭ

ଜାଣିବା ପାଇଁ ଆସନ୍ତୁ ପଢିବା ସମ୍ପୂର୍ଣ ଖବର

ସ୍ଥାନୀୟ ଆଦର୍ଶ କ୍ଲବ ପକ୍ଷରୁ ଆସନ୍ତା ମାସ, ୧ ତାରିଖ ଗୁରୁବାର ଦିନ ଅପରାହ୍ନ ୩ ଘଟିକା ସମୟରେ ସ୍ଥାନୀୟ ନୂଆସାହି ଶ୍ରୀ ଜଗନ୍ନାଥ ମନ୍ଦିର ସଲଗ୍ନ ଆମ୍ରକାନନ ପରିସରରେ ଉତ୍କଳ ଦିବସ ପାଳନ କରାଯିବ । ଏଥିରେ ଭାରତ ସରକାରଙ୍କ ନିର୍ବାଚନ ଆୟୋଗର ପ୍ରାକ୍ତନ ମୁଖ୍ୟ ଉପଦେଷ୍ଟା ତଥା ବିଶିଷ୍ଟ ସ୍ତମ୍ଭକାର ଡ଼ଃ ଭଗବାନ ପ୍ରକାଶ ମୁଖ୍ୟ ଅତିଥି,ଉତ୍କଳ ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ପ୍ରଫେସର ଡ଼ଃ ସନ୍ତୋଷ କୁମାର ତ୍ରିପାଠୀମୁଖ୍ୟ ବକ୍ତାଭାବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏ ନେଇ ଆଜି ଅପରାହ୍ନରେ ସମ୍ପାଦକ ସୂର୍ଯ୍ୟକାନ୍ତ ମହାପାତ୍ରଙ୍କ ଆବାହକତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।ଏହି ବୈଠକରେ ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ,ସଭ୍ୟ ଲକ୍ଷ୍ମୀକାନ୍ତ ମହାପାତ୍ର,ଓମ ପ୍ରକାଶ ବହୁବଳେନ୍ଦ୍ର,ସମୀର ପାଲ,କଳ୍ପତରୁ ପଣ୍ଡା,ସୋମନାଥ ସାହୁ, ପ୍ରତିମା ପ୍ରଧାନ ଓ ନାଏବ ସରପଞ୍ଚ ପ୍ରସନ୍ନ ବାରିକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Show More

Related Articles

Back to top button