ଖେଳମୁଖ୍ୟ ଖବରସ୍ୱତନ୍ତ୍ର

ଛାଡ଼ପତ୍ର ଚର୍ଚ୍ଚା ଭିତରେ ଏକାଠି ଏକ ଟକ୍ ଶୋ’ରେ ନଜର ଆସିବେ ସାନିଆ-ସୋଏବ

ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ଷ୍ଟାର୍ ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟର ସୋଏବ ମଲ୍ଲିକ। ବେଶ୍ କିଛି ଦିନ ହେବ ଉଭୟଙ୍କ ଛାଡପତ୍ରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଦୁହେଁ ପରସ୍ପର ଠାରୁ ଅଲଗା ହୋଇଯାଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏହାରି ଭିତରେ ଏହି ଷ୍ଟାର କପଲ ଏକ ବଡ ଘୋଷଣା କରିଛନ୍ତି। ଦୁହେଁ ଏକାଠି ଏକ ଟକ୍ ଶୋ’ରେ ନଜର ଆସିବେ ବୋଲି ଘୋଷଣା ହୋଇଛି।

ଟେନିସ୍ ସେନ୍‌ସେସନ୍ ସାନିଆ ମିର୍ଜା ଓ ସୋଏବ ମଲ୍ଲିକ ଉଭୟ ଏକାଠି ଟକ୍ ଶୋ’ରେ ନଜର ଆସିବେ। ଏହି ଟକ୍ ଶୋ’ର ନାଁ ‘ମିର୍ଜା ମଲିକ ଶୋ’ ରଖାଯାଇଛି। ଏହି ଶୋ’ର ପୋଷ୍ଟର ମଧ୍ୟ ରିଲିଜ ହୋଇଛି, ଯାହା ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଶୋ’ ଏକ ପାକିସ୍ତାନୀ ଚ୍ୟାନେଲ୍‌ରେ ପ୍ରସାରିତ ହେବ ବୋଲି କୁହାଯାଉଛି।

କିଛି ଦିନ ହେବ ସାନିଆ ଏବଂ ସୋଏବଙ୍କ ବିବାହ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ପାକିସ୍ତାନୀ ଗଣମାଧ୍ୟରେ ଖବର ପ୍ରକାଶ ପାଇଥିଲା। ଆଉ ଏହି ଖବର ସୀମା ଡେଇଁ ଭାରତରେ ମଧ୍ୟ ପହଞ୍ଚିଥିଲା। ଏପରିକି ସୋଏବ ସାନିଆଙ୍କୁ ଧୋକା ଦେଇଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା। ଦୁହିଁଙ୍କ ବିବାହ ବିଚ୍ଛେଦ ପାଇଁ ଜଣେ ପାକିସ୍ତାନୀ ଅଭିନେତ୍ରୀଙ୍କୁ ଦାୟୀ କରାଯାଇଥିଲା। ତେବେ ଏନେଇ ସାନିଆ ଓ ସୋଏବଙ୍କ ପକ୍ଷରୁ କିନ୍ତୁ କୌଣସି ଅଫିସିଆଲ୍ ଘୋଷଣା କରାଯାଇନଥିଲା। ଏହାରି ଭିତରେ ଦୁହେଁ ଏକାଠି ଶୋ’ ହୋଷ୍ଟ କରିବା ନେଇ ଖବର ସାମ୍ନାକୁ ଆସିଛି।

 

Show More

Related Articles

Back to top button