Breaking PLUSଓଡ଼ିଶାମୁଖ୍ୟ ଖବର

କ୍ରାଇମବ୍ରାଞ୍ଚ ଏସଟିଏଫକୁ ବଡ଼ ସଫଳତା, ୭୦ ଲକ୍ଷ ଟଙ୍କା ମୂଲ୍ୟର ଚନ୍ଦନକାଠ ଜବତ

କ୍ରାଇମବ୍ରାଞ୍ଚ ଏସଟିଏଫକୁ ଏକ ବଡ଼ ସଫଳତା । ଚୋରା ଚାଲାଣ ବେଳେ ବିପୁଳ ପରିମାଣରେ ଚନ୍ଦନ କାଠ ଜବତ । ୪ କ୍ୱିଣ୍ଟାଲ ୬୦ କେଜିର ଚନ୍ଦନ କାଠ ଜବତ ହୋଇଥିବା ବେଳେ ୩ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ ।

କ୍ରାଇମବ୍ରାଞ୍ଚ ଏସଟିଏଫକୁ ଏକ ବଡ଼ ସଫଳତା । ଚୋରା ଚାଲାଣ ବେଳେ ବିପୁଳ ପରିମାଣରେ ଚନ୍ଦନ କାଠ ଜବତ । ୪ କ୍ୱିଣ୍ଟାଲ ୬୦ କେଜିର ଚନ୍ଦନ କାଠ ଜବତ ହୋଇଥିବା ବେଳେ ୩ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଡାଳିଯୋଡା ଜଙ୍ଗଲରୁ ଏତେ ପରିମାଣର ମୂଲ୍ୟବାନ ଚନ୍ଦନ କାଠ ଜବତ କରିଛି ଏସଟିଏଫ୍ ।

ଜବତ ଚନ୍ଦନ କାଠର ମୂଲ୍ୟ ୭୦ ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ସଂପୃକ୍ତ ତିନି ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ଘଟଣାର ଅଧିକ ଖୋଳତାଡ ଜାରି ରହିଛି । ଅଭିଯୁକ୍ତମାନେ ଏହି ଚନ୍ଦନ କାଠକୁ କେଉଁଠିକୁ ଚାଲାଣ କରିବାର ଥିଲା ? ଏହି ରାକେଟର ଚେର କେଉଁ ଯାଏ ଲମ୍ବିଛି ? ରାଜ୍ୟ ବାହାର ଲିଙ୍କ ରହିଛି କି ନାହିଁ ? ସେନେଇ ଗିରଫ ଅଭିଯୁକ୍ତମାନଙ୍କୁ ପଚରାଉଚରା ଜାରି ରହିଛି ।

Show More

Related Articles

Back to top button