Breaking PLUSଓଡ଼ିଶାମନୋରଞ୍ଜନମୁଖ୍ୟ ଖବର

ବରିଷ୍ଠ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ଦେହାନ୍ତ

ବରିଷ୍ଠ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ଦେହାନ୍ତ ହୋଇଛି। ବୁର୍ଲା ଭିମସାରରେ ଚିକିତ୍ସାଧିନ ଅବସ୍ଥାରେ ଶୁକ୍ରବାର ରାତିରେ ତାଙ୍କର ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟ ଜନିତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ବରିଷ୍ଠ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ଦେହାନ୍ତ ହୋଇଛି। ବୁର୍ଲା ଭିମସାରରେ ଚିକିତ୍ସାଧିନ ଅବସ୍ଥାରେ ଶୁକ୍ରବାର ରାତିରେ ତାଙ୍କର ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟ ଜନିତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଶଲାବୁଢ଼ା, ଆଦିମ ବିଚାର, ଶଲାବୁଢ଼ାର ବଦଲା ଆଦି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରି ଲୋକଙ୍କ ନିକଟତର ହୋଇପାରିଥିଲେ ସ୍ୱର୍ଗତ ଅଟଳ ବିହାରୀ ପଣ୍ଡା।ସେ ପଶ୍ଚିମଓଡ଼ିଶାର ଜଣେ ଚର୍ଚ୍ଚିତ ଚେହେରା ଥିଲେ। ସମ୍ବଲପୁରୀ ଭାଷାରେ ଅନେକ ନାଟକର ରଚନା କରିବା ସହ ଅଭିୟନ ମଧ୍ୟ କରିଥିଲେ। ୮୩ବର୍ଷରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ଶଲାବୁଢ଼ା’ରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଆଉ ଏଥିପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପରୁସ୍କାର ମିଳିଥିଲା।

୨୦୨୦ରେ ‘ଶଲାବୁଢ଼ା’ ସିରିଜ୍‌ର ତୃତୀୟ ଫିଲ୍ମ ‘ଶଲାବୁଢ଼ାର ବଦଲା’ରେ ମଧ୍ୟ ସେ ଅଭିନୟ କରି ବେଶ୍‌ ସଫଳତା ସାଉଣ୍ଟିଥିଲେ। ଏଥିପାଇଁ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ମିଳିଥିଲା।

Show More

Related Articles

Back to top button