
ୟୁକ୍ରେନ୍ ଓ ରୁଷ ମଧ୍ୟରେ ଯୁଦ୍ଧକୁ ଦୀର୍ଘଦିନ ପୂରିଥିଲେ ମଧ୍ୟ ଏହା ଥମିବା ପରିବର୍ତ୍ତେ ଭୟଙ୍କର ହେଉଛି ସ୍ଥିତି । ତେବେ ଏହାରି ମଧ୍ୟରେ କ୍ରିମିଆ ଉପରେ ହୋଇଥିବା ଡ୍ରୋନ୍ ଆକ୍ରମଣକୁ ନେଇ ବଡ ଅଭିଯୋଗ ଆଣିଛି ରୁଷ । ବ୍ରିଟେନ୍ ଏହି ଆକ୍ରମଣରେ ସାମିଲ ଥିବା ନେଇ ରୁଷ ଅଭିଯୋଗ କରିଛି।
ବ୍ରିଟେନ୍ର ବିଶେଷଜ୍ଞମାନଙ୍କ ପ୍ରଶିକ୍ଷଣ ଓ ନୀରିକ୍ଷଣରେ ୟୁକ୍ରେନ୍ ଆକ୍ରମଣ କରିଥିଲା। କୃଷ୍ଣ ସାଗର ଯୁଦ୍ଧପୋତସମୂହ ଓ ସେଭାସ୍ତୋପୋଲ୍ ଘାଟିର ବାହ୍ୟ ଓ ଅଭ୍ୟନ୍ତର ମାର୍ଗରେ ଥିବା ବେସାମରିକ ଜାହାଜଗୁଡ଼ିକ ଉପରେ କିଭ୍ ଆତଙ୍କବାଦୀ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ୯ଟି ମାନବରହିତ ଏରିଏଲ୍ ହ୍ୱେଇକିଲ୍ ଓ ୭ଟି ସାମୁଦ୍ରିକ ଡ୍ରୋନ୍ ସାମିଲ ହୋଇଥିଲା। ଏନେଇ ରୁଷ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଏହି ଅଭିଯୋଗ କରିଛି ।
ଅନ୍ୟପଟେ ଏହି ଅଭିଯୋଗକୁ ନେଇ ବ୍ରିଟେନ୍ ଏଯାଏଁ କୌଣସି ପ୍ରତିକ୍ରିୟା ଦେଇନାହିଁ।