ଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବର

ଗୁଜରାଟ ଝୁଲାପୋଲ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ

ସ୍କୋ : ଗୁଜରାଟର ମୋର୍‌ବି ସହରରେ ଝୁଲାପୋଲ ଭାଙ୍ଗିବା ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସମବେଦନା ଜଣାଇଛନ୍ତି। ସୋମବାର କ୍ରେମଲିନ ୱେବସାଇଟରେ ପ୍ରକାଶିତ ଏକ ବାର୍ତ୍ତାରେ ପୁଟିନ କହିଛନ୍ତି, ଏହା ଏକ ଦୁଃଖଦ ଘଟଣା। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରିୟଜନ ଏବଂ ବନ୍ଧୁମାନଙ୍କୁ ସମବେଦନା ଜଣାଉଛି। ଏଥିସହ ସମସ୍ତ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ନେପାଳର ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବା ମଧ୍ୟ ମୋର୍‌ବିରେ ହୋଇଥିବା ଝୁଲାପୋଲ ଦୁର୍ଘଟଣାକୁ ନେଇ ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଦେଓବା କହିଛନ୍ତି, ଗୁଜରାଟର ମୋର୍‌ବିରେ ହୋଇଥିବା ପୋଲ ଦୁର୍ଘଟଣାକୁ ନେଇ ମୁଁ ଗଭୀର ଦୁଃଖିତ। ଏହି ଦୁର୍ଘଟଣାରେ ବହୁମୂଲ୍ୟ ଜୀବନ ହରାଇଥିବାରୁ ଆମେ ଭାରତ ସରକାର ଏବଂ ଭାରତବାସୀଙ୍କୁ ହୃଦୟରୁ ସମବେଦନା ଜଣାଉଛୁ। ଆମର ସମବେଦନା ଓ ପ୍ରାର୍ଥନା ଶୋକସନ୍ତପ୍ତ ପରିବାର ସହିତ ଅଛି। ସୂଚନାଯୋଗ୍ୟ, ଗୁଜରାଟ ମୋର୍‌ବିରେ ଝୁଲା ପୋଲ ଭାଙ୍ଗି ଯିବାରୁ ଏ ପର୍ଯ୍ୟନ୍ତ ୧୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଏବେବି ହସ୍ପିଟାଲରେ ଅନେକ ଗୁରୁତରଙ୍କ ଚିକିତ୍ସା ଚାଲିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା କରାଯାଉଛି। ଛଠ୍‌ ପୂଜା ପାଇଁ ଝୁଲା ପୋଲ ଉପରେ ୪୦୦ରୁ ଅଦତ୍କ ଲୋକ ଉପସ୍ଥିତ ଥିଲେ।

Show More

Related Articles

Back to top button