Breaking PLUSଦେଶଦେଶ ବିଦେଶବ୍ୟକ୍ତିତ୍ୱମୁଖ୍ୟ ଖବରସାକ୍ଷାତକାର

ଋଷ ବୈଦେଶିକ ମନ୍ତ୍ରୀଙ୍କ ଦୁଇ ଦିନିଆ ଭାରତ ଗସ୍ତ

ଅନ୍ୟପକ୍ଷରେ ବ୍ରିଟେନର ବିଦେଶ ସଚିବ ଏବଂ ଆମେରିକାର ଉପ ଜାତୀୟ ସୁରକ୍ଷା ଉପଦେଷ୍ଟା ମଧ୍ୟ ଭାରତ ଗସ୍ତରେ ଆସୁଛନ୍ତି

ନୂଆଦିଲ୍ଲୀ: ଋଷ ବୈଦେଶିକ ମନ୍ତ୍ରୀଙ୍କ ଦୁଇ ଦିନିଆ ଭାରତ ଗସ୍ତ । ଆଜି ଠାରୁ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋବ । ଏନେଇ ସୂଚନା ଦେଇଛି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ । ୟୁକ୍ରେନ ଏବଂ ଋଷର ଯୁଦ୍ଧ ପ୍ରାରମ୍ଭରୁ ଏହା ଋଷର ଭାରତ ସହ ପ୍ରଥମ ଉଚ୍ଛସ୍ତରୀୟ ବୈଠକ ଅଟେ । ଏହି ବୈଠକରେ ଆଲୋଚନାର ବିଷୟ ବସ୍ତୁ ସାଜିବ ୟୁକ୍ରେନ ସମସ୍ୟା । ଅନ୍ୟପକ୍ଷରେ ବ୍ରିଟେନର ବିଦେଶ ସଚିବ ଲିଜ୍ ଟ୍ରୁସ୍ ଏବଂ ଆମେରିକାର ଉପ ଜାତୀୟ ସୁରକ୍ଷା ଉପଦେଷ୍ଟା ଦିଲୀପ ସିଂହ ମଧ୍ୟ ଭାରତ ଗସ୍ତରେ ଆସୁଛନ୍ତି ।

ସୂଚନା ଅନୁଯାୟୀ ,ଏହି ଗସ୍ତରେ ୟୁକ୍ରେନ ସମେତ ଅନ୍ୟ କିଛି ଦ୍ୱିପାକ୍ଷିକ ଆଲେଚନା ହେବ । କ୍ରମାଗତ ୟୁରୋପୀୟ ଦେଶଙ୍କ ଠାରୁ ଚାପ ବଢିବାରେ ଲାଗିଥିବା ବେଳେ ୟୁକ୍ରେନ ପ୍ରସଙ୍ଗକୁ ହିଁ ଏହି ଗସ୍ତରେ ପ୍ରାଧାନ୍ୟ ଦିଆଯାଇପାରେ ବୋଲି ସୂଚନା ମିଳିଛି ।

ଗତ ସପ୍ତାହରେ ଚୀନ ବିଦେଶ ମନ୍ତ୍ରୀ ଓ୍ବାଙ୍ଗ ଓ୍ବାଇଙ୍କ ଭାରତ ଗସ୍ତ ପରେ ଋଷ ବିଦେଶ ମନ୍ତ୍ରୀ ମଧ୍ୟ ଭାରତ ଆସୁଛନ୍ତି । ୟୁକ୍ରେନ ଯୁଦ୍ଧରେ ଋଷ ଉପରେ ଚାପ ବଢିବାରେ ଲାଗିଛି । ଏକାଧିକ ପାଶ୍ଚାତ୍ୟ ରାଷ୍ଟ୍ର ଋଷ ଉପରେ ଅର୍ଥନୈତିକ କଟକଣା ଲାଗୁ କରିବା ସହ ଯୁଦ୍ଧ ବନ୍ଦ କରିବା ପାଇଁ କ୍ରମାଗତ ଚାପ ପକାଇବାରେ ଲାଗିଛନ୍ତି । ଏହି କ୍ରମରେ ଦକ୍ଷିଣ ଏସିଆର ଦୁଇ ବୃହତ ଶକ୍ତିଶାଳୀ ଚୀନ ଓ ଭାରତ ଋଷର ଆକ୍ରମଣକୁ ସିଧାସଳଖ ନିନ୍ଦା କରିନାହାନ୍ତି । ଭାରତ ଋଷ ଠାରୁ ତୈଳ ଓ ଅନ୍ୟ ସାମଗ୍ରୀ ଆମଦାନୀ ଜାରି ରଖିବା ନେଇ ମଧ୍ୟ ସ୍ପଷ୍ଟ କରିସାରିଛି ।

 ଅନ୍ୟପଟେ ଦୁଇ ଦେଶ ମଧ୍ୟରେ ଉତ୍ତମ ଦ୍ବିପାକ୍ଷିକ ସମ୍ପର୍କ ଥିବା କାରଣରୁ ଭାରତ ଋଷର ଯୁଦ୍ଧ ନିଷ୍ପତ୍ତିକୁ ବିରୋଧ କରି ନଥିବାବେଳେ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ଦେଇ ଆସିଛି । ଆକ୍ରମଣ ଆରମ୍ଭ ହେବା ଠାରୁ ପ୍ରଧାନମନ୍ତ୍ରୀ ମୋଦି ଏକାଧିକ ଥର ରାଷ୍ଟ୍ରପତି ପୁଟିନଙ୍କ ସହ ଫୋନରେ କଥା ହେବା ସହ ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଓ କୂଟନୈତିକ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବା ପାଇଁ ପରାମର୍ଶ ଦେଇଆସିଛନ୍ତି । ପଶ୍ଚିମ ସମେତ ଅନ୍ୟ କିଛି ଦେଶଙ୍କ ଠାରୁ ଋଷ ପ୍ରତି ଚାପ ବଢୁଥିବାବେଳେ ଏପରି ସମୟରେ ଋଷ ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତ ବେସ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଯାଉଛି ।

Show More

Related Articles

Back to top button