Breaking PLUSଓଡ଼ିଶାଖେଳଦେଶମୁଖ୍ୟ ଖବର

୩ଟି ମ୍ୟାଚ ଖେଳି ୩ଟିରେ ବିଜୟୀ ଲାଭ କରିଛନ୍ତି ମମତା

ରାଜ୍ୟ ପାଇଁ ପୁଣି ଏକ ଗୌରବ ଆଣିଛନ୍ତି ମମତା ବେହେରା । ଜାତୀୟ ସ୍ତରରେ ଟେନିସ କ୍ରିକେଟ ଚମ୍ପିଆନସି ୨୦୨୨ରେ ସେ ମନୋନୀତ ହୋଇ ଜାତୀୟ ସ୍ତରରେ ୩ ମ୍ୟାଚ ଖେଳି ୩ଟିରେ ବିଜୟୀ ହୋଇ ସ୍ଵର୍ଣ୍ଣ ପଦକ ଲାଭ କରିଛନ୍ତି । ତାଙ୍କର ପ୍ରଥମ ମ୍ୟାଚ ୨୫ ତାରିଖରେ ଓଡ଼ିଶା ପକ୍ଷରୁ ପ୍ରଥମ ମ୍ୟାଚ ଆସାମରେ, ଦ୍ଵୀତିୟ ମ୍ୟାଚ ୱେଷ୍ଟବେଙ୍ଗଲ ସହ ଖେଳି ଫାଇନାଲରେ ବିଜୟୀ ହୋଇ ସ୍ଵର୍ଣ୍ଣ ପଦକ ପାଇଛନ୍ତି ।  ମମତା ବେହେରା ଚାନ୍ଦବାଲି ସୋର୍ସ ଏକାଡ଼େମୀରୁ ଟେନିସ କ୍ରକେଟ ଖେଳୁଥିଲେ, ସେ ଆଜି ଜାତୀୟସ୍ତରରେ ସୁଯୋଗ ପାଇଥିବାରୁ ଚାନ୍ଦବାଲି ସୋର୍ସ ଏକାଡ଼େମୀ ସହ ଭଦ୍ରକ ଜିଲ୍ଲା ଓ ଆମ ରାଜ୍ୟ ପାଇଁ ଗୌରବକୁ ନେଇ ତାଙ୍କ ପ୍ରଶଂସା କରିଛନ୍ତି ଚାନ୍ଦବାଲି ସ୍ପୋର୍ଟ ଏକାଡ଼େମୀର ସମସ୍ତ କର୍ମକର୍ତ୍ତାମାନେ ।

Show More

Related Articles

Back to top button