ଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

କକ୍ଷପଥ ପରିବର୍ତ୍ତନ ବେଳେ ରୁଷ୍‌ର ମହାକାଶଯାନ ‘ଲୁନା-୨୫’ରେ ଯାନ୍ତ୍ରିକ ତ୍ରୁଟି

ଅବତରଣ ପୂର୍ବରୁ ସୃଷ୍ଟି ହୋଇଛି ଦେଖାଦେଲା ତ୍ରୁଟି

() ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପୂର୍ବରୁ ଶନିବାର ଦିନ ରୁଷ୍‌ର ‘ଲୁନା-୨୫’ର କକ୍ଷପଥ ପରିବର୍ତ୍ତନ କରାଯାଉଥିବା ବେଳେ ଅସ୍ବାଭାବିକ ପରିସ୍ଥିତି ବା ବୈଷୟିକ ଅସୁବିଧା ସୃଷ୍ଟି ହୋଇଥିଲା ବୋଲି ରୁଷୀୟ ମହାକାଶ ଏଜେନ୍‌ସି ‘ରସ୍‌କସ୍‌ମସ୍‌’ କହିଛି ।

ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ‘ରସ୍‌କସ୍‌ମସ୍‌’ କହିଛି, ‘ପ୍ରୋବ୍‌’କୁ ପ୍ରାକ୍‌ ଅବତରଣକାଳୀନ କକ୍ଷପଥକୁ ପରିବର୍ତ୍ତନ କରିବା ଲାଗି ‘ଥ୍ରଷ୍ଟ୍‌’କୁ ରିଲିଜ୍‌ କରାଯାଇଥିଲା। ଏଭଳି କରାଯିବା ବେଳେ ‘ଅଟୋମେଟିକ୍‌ ଷ୍ଟେସନ୍‌’ର ‘ବୋର୍ଡ’ରେ ଅସ୍ବାଭାବିକ ଅବସ୍ଥା ସୃଷ୍ଟି ହୋଇଥିଲା। ଫଳତଃ ନିର୍ଦ୍ଧାରିତ ସମୟରେ କକ୍ଷପଥ ପରିବର୍ତ୍ତନ କରାଯାଇ ପାରିଲା ନାହିଁ।

କିନ୍ତୁ, ଉପରୋକ୍ତ ଅସୁବିଧା ଯୋଗୁଁ ‘ଲୁନା-୨୫’ର ଚନ୍ଦ୍ରାବତରଣରେ ବିଳମ୍ବ ହେବ କି, ନାହିଁ, ସେ ବିଷୟରେ ‘ରସ୍‌କସ୍‌ମସ୍’ କିଛି କହିନାହିଁ। ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ, ସୋମବାର ଦିନ ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ଥିବା ‘ବୋଗସ୍‌ଲସ୍କାଏ’ ଗହ୍ବରରେ ଏହା ଅବତରଣ କରିବା କଥା।

Show More

Related Articles

Back to top button