ଦେଶ ବିଦେଶସ୍ୱତନ୍ତ୍ର

ୟୁକ୍ରେନ୍ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟରେ ବଡ ଧରଣର ଆକ୍ରମଣ କରିଥିବା ନେଇ ରୁଷିଆର ଦାବି

ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୯ମାସ ହୋଇଥିଲେ ମଧ୍ୟ ଏହା ଥମିବା ପରିବର୍ତ୍ତେ ଭୟଙ୍କର ହେଉଛି ସ୍ଥିତି । ହିନକୁ ଦିନ ପରମାଣୁ ଯୁଦ୍ଧ ଆଶଙ୍କା କରାଯାଉଛି । ଏହାରି ମଧ୍ୟରେ କରିଛି କି ୟୁକ୍ରେନ୍ ଜପୋରିଝିୟା ସ୍ଥିତ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟରେ ବଡ ଧରଣର ଆକ୍ରମଣ କରିଛି ବୋଲି ରୁଷିଆ ଅଭିଯୋଗ କରିଛି ।

ରୁଷିଆ ନ୍ୟୁଜ ଏଜେନ୍ସି ତାସ ଅନୁଯାୟୀ, ୟୁରୋପର ସବୁଠାରୁ ବଡ ଏହି ପାୱାର ପ୍ଲାଣ୍ଟରୁ ବିଜୁଳି ଉତ୍ପାଦନ ପୂର୍ବରୁ ବନ୍ଦ କରି ଦିଆଯାଇଥିଲା । ହେଲେ ଏଠାରେ ଥିବା ପରମାଣୁ ଇନ୍ଧନକୁ ସୁରକ୍ଷିତ ରଖିବାକୁ ବିଜୁଳିର ଆବଶ୍ୟକତା ରହିଛି ।

ୟୁକ୍ରେନ୍ ବାରମ୍ବାର ଏହି ପ୍ଲାଣ୍ଟକୁ ତା’ର ଗ୍ରେଡରୁ କାଟିଦେବାକୁ ଆକ୍ରମଣ କରି ଚାଲିଛି ବୋଲି ରୁଷିଆ ଅଭିଯୋଗ କରିଥିବାବେଳେ ପରମାଣୁ ଆକ୍ରମଣ ହେଉ ଓ ଏଥିପାଇଁ ରୁଷିଆ ଦାୟୀ ରହିବ ବୋଲି କୁହାଯାଇଛି ।

Show More

Related Articles

Back to top button