Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ୟୁକ୍ରେନରେ ଆକାଶମାର୍ଗରୁ ଋଷର ଆକ୍ରମଣ, 51 ଜଣଙ୍କ ମୃତ୍ୟୁ

କବି- ଋଷ-ୟୁକ୍ରେମ ମଧ୍ୟରେ ଆକ୍ରମଣ-ପ୍ରତିଆକ୍ରମଣ ଜାରି ରହିଛି । ୟୁକ୍ରେନରେ ଆକାଶ ମାର୍ଗରୁ ଋଷ ଆକ୍ରମଣ ଯୋଗୁ 51ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ 6ବର୍ଷର ଜଣେ ଶିଶୁ ଥିବା ଜଣାପଡିଛି । ଋଷ ଆକାଶ ମାର୍ଗରୁ ମିସାଇଲ ଓ ରକେଟ ଯୋଗେ ଆକ୍ରମଣ କରିଥିବା ଘଟଣାକୁ ୟୁକ୍ରେନ ରାଷ୍ଟ୍ରପତି ଓ ଅଧିକାରୀମାନେ ସ୍ୱୀକାର କରିଛନ୍ତି । ଖାର୍କିଭରେ ଥିବା ଏକ ଗାଁରେ କ୍ୟାଫେ ଓ ଦୋକାନକୁ ଟାର୍ଗେଟ କରିଥିଲେ ଋଷ ସେନା । ବିସ୍ଫୋରଣ ଯୋଗୁ ପ୍ରାୟ 51ଜଣଙ୍କ ମୃତ୍ୟୁ ହୋଇଛି । ଗତ କିଛି ମାସ ବ୍ୟବଧାନରେ ଏହା ସବୁଠୁ ବଡ ଆକ୍ରମଣ । ବିସ୍ଫୋରଣ ଯୋଗୁ ସ୍ଥାନୀୟ ଅଞ୍ଚଳ ମାଟି ତଳେ ପୋତି ହୋଇଯାଇଛି । ଏହା ତଳେ ଆହୁରି କିଛି ଲୋକ ଫସିରହିଥିବା ଆଶଙ୍କା କରାଯାଉଛି ।

Show More

Related Articles

Back to top button