ସ୍ୱତନ୍ତ୍ର

ହଟିଲା ଗୁଜବ,ଗୃହବନ୍ଦୀ ନୁହେଁ ବରଂ କ୍ୱାରେଣ୍ଟାଇନରେ ଥିଲେ ଜିନ୍‌ପିଙ୍ଗ୍‌

ହଟିଲା ଗୁଜବ । ସମସ୍ତ ଗୁଜବ ଉପରୁ ହଟିଲା ପରଦା । ଗୃହବନ୍ଦୀ ନୁହେଁ ବରଂ କ୍ୱାରେଣ୍ଟାଇନରେ ଥିଲେ ଜିନ୍‌ପିଙ୍ଗ୍‌ । ନିକଟରେ ଚାଇନାର ରାଷ୍ଟ୍ରପତି  ଜିନ୍‌ପିଙ୍ଗ୍‌ଙ୍କୁ ନେଇ ଗୁଜବ ଉଠିଥିଲା । ତ ୧୬ ତାରିଖରେ ଜିନ୍‌ପିଙ୍ଗ୍‌ ଉଜ୍‌ବେକିସ୍ତାନର ସମରକନ୍ଦ ଏସ୍‌ସିଓ ସମ୍ମିଳନୀରେ ଯୋଗଦେଇ ଫେରିଥିଲେ । ଏହା ପରଠାରୁ ତାଙ୍କୁ ଆଉ ଦେଖିବାକୁ ମିଳି ନ ଥିଲା। ଜିନ୍‌ପିଙ୍ଗ୍‌ ଏପରି ହଠାତ୍ ଉଭାନ ହେଇଯିବାକୁ ନେଇ କେତେକ ଗଣମାଧ୍ୟମ ବିଶେଷକରି ସୋସିଆଲ ମିଡିଆରେ ନାନା କଥା ପ୍ରସାରିତ ହୋଇଥିଲା।

ଏହା ସହିତ ଲି କୁଇଆମ୍‌ଇଙ୍ଗ୍‌ ଚୀନର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। । ତେବେ ମଙ୍ଗଳବାର ଜିନ୍‌ପିଙ୍ଗ୍‌ କମ୍ୟୁନିଷ୍ଟ ପାର୍ଟିର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେସବୁକୁ ଭୁଲ ପ୍ରମାଣିତ କରିଛନ୍ତି। ଚାଇନାର ଜିରୋ କୋଭିଡ୍‌ ପଲିସି ଅନୁଯାୟୀ ବିଦେଶରୁ ଫେରିବା ପରେ ସଂକ୍ରମଣ ଏଡ଼ାଇବା ପାଇଁ ଜିନ୍‌ପିଙ୍ଗ୍‌ କ୍ୱାରେଣ୍ଟାଇନରେ ରହିଥିବା କୁହାଯାଉଛି।

Show More

Related Articles

Back to top button