Breaking PLUSଓଡ଼ିଶାମୁଖ୍ୟ ଖବର

ନିୟମିତ ହେବେ ଆରଟିଓ ଠିକା କର୍ମଚାରୀ

ରାଜ୍ୟର ବିଭିନ୍ନ ଆରଟିଓରେ କାର୍ଯ୍ୟରତ ଠିକା ଡାଟା ଏଣ୍ଟ୍ରି ଅପରେଟର ନିୟମିତ ହେବେ । ହାଇକୋର୍ଟ ଏସଂପର୍କୀତ ଏକ ମାମଲାର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଅଦାଲତଙ୍କ ନିର୍ଦ୍ଦେଶ ଭିତ୍ତିରେ ଏବେ ବିଭିନ୍ନ ଆରଟିଓରେ କାମ କରୁଥିବା ପ୍ରାୟ ୩୫୦ ଡାଟା ଏଣ୍ଟ୍ରି ଅପରେଟର ଏହା ଦ୍ୱାରା ଉପକୃତ ହେବେ ।

ଖବର ଅନୁଯାୟୀ, ରାଜ୍ୟର ବିଭିନ୍ନ ଆରଟିଓରେ ପ୍ରାୟ ୩୫୦ ଡାଟା ଏଣ୍ଟ୍ରି ଅପରେଟର ଠିକାରେ କାମ କରୁଛନ୍ତି । ସେମାନଙ୍କୁ ଆରଟିଓରେ ନିୟମିତ କରିବାକୁ ହାଇକୋର୍ଟରେ ଏକ ପିଟିସନ ଦାୟର ହୋଇଥିଲା । ଯାହାର ଶୁଣାଣି କରି ହାଇକୋର୍ଟ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ରାୟ । ବିଭିନ୍ନ ଆରଟିଓରେ ଠିକାରେ କାମ କରୁଥିବା ପ୍ରାୟ ୩୫୦ ଡାଟା ଏଣ୍ଟ୍ରି ଅପରେଟର ନିୟମିତ ହେବେ । ଏନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ଆଉଟ ସୋର୍ସିଂରେ କାମ କରୁଥିବା ଅପରେଟରଙ୍କୁ ନିୟମିତ କରିବାକୁ ରାୟ ଶୁଣାଇଛନ୍ତି ହାଇକୋର୍ଟ ।

Show More

Related Articles

Back to top button