Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଚିନ୍ତା ବଢ଼ାଇଛି ଓମିକ୍ରନ, ପୁଣି ରାଜଧାନୀକୁ ଫେରିଲା କଣ୍ଟେନମେଣ୍ଟ ଜୋନ

କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ଭୟ ମଧ୍ୟରେ ପୁଣି ରାଜଧାନୀକୁ ଫେରିଲା କଣ୍ଟେନମେଣ୍ଟ ଜୋନ । ବମିଖାଲ ଜୟଦୁର୍ଗା ନଗର ଅଞ୍ଚଳରେ କଣ୍ଟେନମେଣ୍ଟ ଘୋଷଣା କରିଛି ଭୁବନେଶ୍ଵର ମହାନଗର ନିଗମ (ବିଏମସି) । ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜୟଦୁର୍ଗାନଗରର ପ୍ଲଟ ନଂ ୧୩୦୩/୧୩୦୪କୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି ।

ଏଥିସହ ଭିଏସଏସ ନଗରରେ ମଧ୍ୟ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । କରୋନାର ଦ୍ଵିତୀୟ ଲହରର ପ୍ରକୋପ କମିବା ପରେ ରାଜଧାନୀର ସ୍ଥିତି ସ୍ଵାଭାବିକ ହୋଇଥିଲା । ତେବେ ଓମିକ୍ରନ ଯୋଗୁଁ ପୁଣି ଥରେ କଟକଣା ଲାଗୁ ହେବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ ଯେ, ଗତ କିଛି ମାସ ଧରି କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିଲା । ତା ସତ୍ତ୍ଵେ ବିଭିନ୍ନ ସତର୍କତା ଏବଂ ସଚେତନତା ତଥା କୋଭିଡ୍ ପ୍ରତିରୋଧ ପଦକ୍ଷେପ ଯୋଗୁଁ କରୋନା ସଂକ୍ରମଣ ଉପରେ ଏକ ପ୍ରକାର ରୋକ୍ ଲାଗିଥିଲା । ତେବେ ରାଜ୍ୟ ବାହାରୁ ଆସିଥିବା କିଛି ଲୋକଙ୍କ ଯୋଗୁଁ ସଂକ୍ରମଣ ଚିନ୍ତା ବଢି ଯାଇଛି । ଗତ କିଛି ଦିନ ଧରି ଭୁବନେଶ୍ଵରର କିଛି ଅଞ୍ଚଳ ଉପରେ ନଜର ରଖାଯାଇଥିବା ବେଳେ ଜୟଦୁର୍ଗାନଗର ବମିଖାଲ ଏବଂ ଭିଏସଏସ ନଗରରେ ଏକାଧିକ କରାେନା ପଜିଟିଭ୍ ଚିହ୍ନଟ ପରେ ସେଠାରେ ସଂକ୍ରମଣ ରୋକିବାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।

Show More

Related Articles

Back to top button