ଦେଶ ବିଦେଶମୁଖ୍ୟ ଖବର

RTI: କୋଇଲା ଯୋଗାଣ ପାଇଁ ୩ ମାସରେ ରଦ୍ଦ ହୋଇଛି ୧୯୦୦ ଯାତ୍ରୀବାହୀ ଟ୍ରେନ

ସୂଚନା ଅଧିକାର ଆଇନ(ଆରଟିଆଇ) ଜରିଆରେ ମିଳିଥିବା ସୂଚନା ଅନୁଯାୟୀ ଭାରତୀୟ ରେଲଓ୍ଵେ ତାପଜ ବିଦ୍ୟୁତ କେନ୍ଦ୍ର ପର୍ଯ୍ୟନ୍ତ କୋଇଲା ପରିବହନ ପାଇଁ ଗତ ତିନି ମାସରେ ୧୯୦୦ ଟ୍ରେନ ରଦ୍ଦ କରିଛି।

ଆରଟିଆଇରୁ ଏହା ମଧ୍ୟ ଜଣା ପଡିଛି ଯେ ଭାରତୀୟ ରେଲଓ୍ଵେ ଭିନ୍ନ ଭିନ୍ନ କାରଣରୁ ୨୦୨୨ରେ ପ୍ରାୟ ୯୦୦୦ ଟ୍ରେନ ସେବା ବାତିଲ୍ କରିଛି। ସୂଚନାଧିକାର କର୍ମୀ ଚନ୍ଦ୍ରଶେକର ଗୌରଙ୍କ ଦ୍ଵାରା ଦାଖଲ ଆରଟିଆଇ ଅନୁସାରେ ଭାରତୀୟ ରେଲଓ୍ଵେ ମରାମତି କିମ୍ଵା ନିର୍ମାଣ କାର୍ଯ୍ୟ ପାଇଁ ୬୯୯୫ ଟ୍ରେନ ସେବା ରଦ୍ଦ କରିଛି। ଚଳିତ ବର୍ଷ ମାର୍ଚ୍ଚରୁ ମେ ମାସ ମଧ୍ୟରେ କୋଇଲା ଯୋଗାଣ ସୁନିଶ୍ଚିତ କରିବା ପାଇଁ ୧୯୩୪ ଟ୍ରେନ ରଦ୍ଦ କରାଯାଇଛି। ସୂଚନାଯୋଗ୍ୟ ରେଲଓ୍ଵେ ସମଗ୍ର ଦେଶରେ ଉତ୍ପନ ବିଜୁଳି ସଙ୍କଟକୁ ଦୃଷ୍ଟିରେ ରଖି ତାପଜ ବିଦ୍ୟୁତ୍ କେନ୍ଦ୍ର ପର୍ଯ୍ୟନ୍ତ କୋଇଲା ଯୋଗାଣ ପାଇଁ ମାଲବାହୀ ଗାଡିକୁ ପ୍ରାଥମିକତା ଦେଇ ଯାତ୍ରୀବାହୀ ଟ୍ରେନ ଚଳାଚଳ ରଦ୍ଦ କରିଥିଲେ।

ଆରଟିଆଇରେ ଏହା ମଧ୍ୟ କୁହାଯାଇଛି ଯେ, ଭାରତୀୟ ରେଲଓ୍ଵେ ନିର୍ମାଣ ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଜାନୁଆରୀ ଏବଂ ଫେବୃଆରୀ ମାସ ମଧ୍ୟରେ ୩୩୯୫ ମେଲ୍ ଏବଂ ୩୬୦୦ ଏକ୍ସପ୍ରେସ୍ ଟ୍ରେନ ସେବା ରଦ୍ଦ କରିଛନ୍ତି। ଗତ ତିନି ମାସରେ କୋଇଲା ପରିବହନ ପାଇଁ ୮୮୦ ମେଲ, ଏକ୍ସପ୍ରେସ୍ ଟ୍ରେନ ଏବଂ ୧୦୫୪ ଯାତ୍ରୀବାହୀ ଟ୍ରେନ ରଦ୍ଦ କରାଯାଇଛି।

Show More

Related Articles

Back to top button