Breaking PLUSଖେଳଦେଶ ବିଦେଶ

ରୋହିତଙ୍କୁ ହରାଇଲେ ବିରାଟ କୋହଲି

ଚଳିତ ଆଇପିଏଲ୍‌ରେ ପ୍ରଥମ ୧୦ ମ୍ୟାଚ୍‌ ଭିତରେ ୨ ଟାଇ ଦେଖିବାକୁ ମିଳିଛି

ଦିଲ୍ଲୀ-ପଞ୍ଜାବ ପରେ ମୁମ୍ବାଇ-ବାଙ୍ଗାଲୋର୍ ମ୍ୟାଚ୍‌ ମଧ୍ୟ ସୁପର୍‌ ଓଭରରେ ଫଏସଲା ହୋଇଛି। ସୋମବାର ସୁପର୍‌ ଓଭରରେ ମୁମ୍ବାଇ (୧, ୧, ୦, ୪, ୱିକେଟ, ୧ ବାଇ) ମାତ୍ର ୭ ରନ୍‌ କରିଥିଲା। କୋହଲି-ଡି’ଭିଲିୟର୍ସ ଆର୍‌ସିବିକୁ (୧,୧,୦,୪,୧,୪) ରୋମାଞ୍ଚକ ବିଜୟ ଦେଇଥିଲେ। ଯଶପ୍ରୀତ୍ ବୁମରାଙ୍କୁ ଚୌକା ମାରି କୋହଲି ମ୍ୟାଚ୍‌ ଶେଷ କରିଥିଲେ। ଡି’ଭିଲିୟର୍ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

Virat Kohli

 

ପୂର୍ବରୁ ଲଗାତାର ତୃତୀୟ ମ୍ୟାଚ୍‌ରେ ବିରାଟ କୋହଲି (୧୪, ୧, ୩) ବିଫଳ ହୋଇଥିଲେ। ଆର୍‌ସିବିକୁ ଭଲ ଆରମ୍ଭ ମି‌ଳିଥିଲେ ମଧ୍ୟ କୋହଲି ବ୍ୟକ୍ତିଗତ ଭାବେ ପ୍ରବଳ ଚାପରେ ଥିବାର ତାଙ୍କ ଶାରୀରିକ ଭାଷା କହୁଥିଲା। ୧୧ ବଲ୍‌ ଖେଳିବା ପରେ ଲେଗ୍ ସ୍ପିନର୍‌ ରାହୁଲ ଚହରଙ୍କୁ ଏକ ହାଲକା ସଟ୍‌ ଖେଳି ଏକ୍ସଟ୍ରା କଭର ଅଞ୍ଚଳରେ ଥିବା ପ୍ରତିପକ୍ଷ ଅଧିନାୟକ ରୋହିତ ଶର୍ମାଙ୍କୁ ସହଜ କ୍ୟାଚ୍‌ ଦେଇ ଫେରିଯାଇଥିଲେ। କୋହଲିଙ୍କ ବିଫଳତା ସତ୍ତ୍ବେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ୩ ୱିକେଟ୍ ବିନିମୟରେ ୨୦୧ ରନ୍‌ର ବଡ଼ ସ୍କୋର୍‌ କରି ନେଇଥିଲା। ପ୍ରାରମ୍ଭିକ ଯୋଡ଼ି ଦେବଦତ୍ତ ପଡ଼ିକଲ୍ (୫୪, ୪୦ ବଲ) ଏବଂ ଆରୋନ୍ ଫିଞ୍ଚ୍ (୫୨, ୩୫ ବଲ୍‌) ଦୃଢ଼ ମୂଳଦୁଆ ପକାଇଥିଲେ। ଏବି ଡି’ଭିଲିୟର୍ସ (୫୫*, ୨୪ ବଲ) ଏବଂ ଶିଭମ ଦୁବେ (୨୭*, ୧୦ ବଲ) ଭଲରେ ମୁଣ୍ଡି ମାରିଥିଲେ।ଜବାବରେ ଆର୍‌ସିବିର ତିନି ସ୍ପିନର୍‌ ୟୁଜବେନ୍ଦ୍ର ଚହଲ, ୱାସିଂଟନ୍ ସୁନ୍ଦର, ଆଦାମ ଜାମ୍ପା ମୁମ୍ବାଇ ଇଣ୍ଡିଆନ୍ସର ଶୀର୍ଷକ୍ରମକୁ ଅସ୍ତବ୍ୟସ୍ତ କରିଥିଲେ। ରୋହିତ ଶର୍ମା (୮), କ୍ବିଣ୍ଟନ୍ ଡି’କକ୍ (୧୪), ସୂର୍ଯ୍ୟକୁମାର ଯାଦବ (୦) ଏବଂ ହାର୍ଦିକ ପାଣ୍ଡ୍ୟା (୧୫) ଶସ୍ତାରେ ଆଉଟ୍ ହୋଇଥିଲେ। ଏହି ସମୟରେ ଝାଡ଼ଖଣ୍ଡ ତାରକା ଈଶାନ କିଷନଙ୍କ ସହ କିରଣ ପୋଲାର୍ଡ ଶତକୀୟ ଭାଗୀଦାରି କରି ସମ୍ଭାବନା ବଢ଼ାଇଥିଲେ। ଶେଷ ଓଭରରୁ ମୁମ୍ବାଇକୁ ୧୯ ରନ୍ ଆବଶ୍ୟକ ଥିଲା। ଈଶାନ (୯୯, ୫୮ ବଲ, ୨ ଚୌକା, ୯ ଛକା) ପଞ୍ଚମ ବଲକୁ ଛକା ମାରି ମ୍ୟାଚ୍‌ ଶେଷ କରିବାକୁ ଯାଇ କ୍ୟାଚ୍‌ ହୋଇଯାଇଥିଲେ। ‌ଶେଷ ବଲକୁ କିରଣ ପୋଲାର୍ଡ (୬୦*, ୨୪ ବଲ, ୩ ଚୌକା, ୫ ଛକା) ଚୌକା ମାରିବାରୁ ମ୍ୟାଚ୍‌ ଟାଇ ହୋଇଯାଇଥିଲା। ଏଥି ସହ ଈଶାନ ଓ ପୋଲାର୍ଡଙ୍କ ଶତକୀୟ (୧୧୯, ୫୧ ବଲ୍‌) ଭାଗୀଦାରି ବେକାର ଯାଇଥିଲା।

Show More

Related Articles

Back to top button