Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ନଭେମ୍ବର ୩ରେ ବାଲେଶ୍ୱର ଓ ତିର୍ତ୍ତୋଲରେ ଉପ-ନିର୍ବାଚନ, ୧୦ ତାରିଖରେ ଘୋଷଣା ହେବ ଫଳାଫଳ

ରାଜ୍ୟର ଦୁଇଟି ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନ ପାଇଁ ଆସନ୍ତା ନଭେମ୍ୱର 3 ତାରିଖରେ ଅନୁଷ୍ଠିତ ହେବ ଉପନିର୍ବାଚନ ।

ରାଜ୍ୟର ଦୁଇଟି ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନ ପାଇଁ ଆସନ୍ତା ନଭେମ୍ୱର 3 ତାରିଖରେ ଅନୁଷ୍ଠିତ ହେବ ଉପନିର୍ବାଚନ । ଏ ନେଇ ଭାରତୀୟ ନିର୍ବାଚନ କମିଶନଙ୍କ ତରଫରୁ ଘୋଷଣା କରାଯାଇଛି । ନଭେମ୍ୱର 3 ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ଅକ୍ଟୋବର 16 ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ନାମଙ୍କନ ଦାଖଲ କରିବା ନେଇ ସମୟ ଦିଆ ଯାଇଛି । ଅକ୍ଟୋବର 17 ତାରିଖ ଦିନ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବାକୁ ଥିବାବେଳେ ଅକ୍ଟୋବର 19 ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ଧାର୍ଯ୍ୟ କରାଯାଇଛି । ଏହା ସହ ନଭେମ୍ୱର 10 ତାରିଖ ଦିନ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ  ।

Show More

Related Articles

Back to top button