Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

ଛକା ମାରିବାରେ ରୋହିତଙ୍କ ନୂଆ ରେକର୍ଡ

ଆଇପିଏଲ ୨୦୨୦ । ବ୍ୟାଟସମାନ ଭାବେ ଆଉ ଏକ ରେକର୍ଡର ଅଧିକାରୀ ହେଲେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା । ଦ୍ୱିତୀୟ ଭାରତୀୟ ଭାବେ ଆଇପିଏଲରେ ୨୦୦ ଛକା ମାରିଲେ ରୋହିତ

ଆଇପିଏଲ ୨୦୨୦ । ବ୍ୟାଟସମାନ ଭାବେ ଆଉ ଏକ ରେକର୍ଡର ଅଧିକାରୀ ହେଲେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା । ଦ୍ୱିତୀୟ ଭାରତୀୟ ଭାବେ ଆଇପିଏଲରେ ୨୦୦ ଛକା ମାରିଲେ ରୋହିତ । ଚଳିତ ଆଇପିଏଲ ସିଜିନରେ କୋଲକାତା ନାଇଟ ରାଇଡର ବିପକ୍ଷରେ ଛଅଟି ଛକା ମାରିବା ସହ ଏହି ମାଇଲଖୁଣ୍ଟରେ ପଂହଚିଛନ୍ତି ରୋହିତ । ଏହି ସୂଚୀରେ ଶୀର୍ଷରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗସ ତଥା ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ଭାରତୀୟ ଭାବେ ସର୍ବାଧିକ ୨୧୨ ଛକା ଧୋନି ଆଇପିଏଲରେ ମାରିଛନ୍ତି । ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗସ ବ୍ୟାଟସମାନ ସୁରେଶ ରାଇନା । ରାଇନା ଆଇପିଏଲରେ ୧୯୪ ଛକା ମାରିଛନ୍ତି । ଆଇପିଏଲ ଇତିହାସରେ ସର୍ବାଧିକ ଛକା ମାରିଛନ୍ତି ୟୁନିଭର୍ସ ବସ କ୍ରିସ ଗେଲ । ସେ ୧୨୫ଟି ଆଇପିଏଲ ମ୍ୟାଚରୁ ୩୨୬ ଛକା ମାରିଛନ୍ତି । ଆଇପିଏଲରେ ୨୧୪ ଛକା ମାରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଏବି ଡିଭିଲିୟର୍ସ ।

Show More

Related Articles

Back to top button