Breaking PLUSଓଡ଼ିଶାମୁଖ୍ୟ ଖବର

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବଲାଙ୍ଗିରରେ ଆସନ୍ତା ୨୫ରୁ ଅକ୍ଟୋବର ୧ ଯାଏଁ ଦୋକାନ ବଜାର ବନ୍ଦ

ବଲାଙ୍ଗିର ସହରରେ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣର ସ୍ଥିତିକୁ ଦେଖି ବିଭିନ୍ନ ସଙ୍ଗଠନ ପକ୍ଷରୁ ପଦକ୍ଷେପ ନିଆଯାଉଛି । ବଲାଙ୍ଗିର ସହରର ବଣିକ ସଂଘ, ପ୍ରମୁଖ ରାଜନୈତିକ ଦଳ, ବିଭିନ୍ନ ସାମାଜିକ ଅନୁଷ୍ଠାନ ତଥା ବୁଦ୍ଧିଜୀବୀମାନଙ୍କୁ ନେଇ ଏକ କରୋନା ନିୟନ୍ତ୍ରଣ କମିଟି ଗଠନ କରାଯାଇଛି । ନବ ଗଠିତ ବଲାଙ୍ଗିର କରୋନା ନିୟନ୍ତ୍ରଣ କମିଟି ପକ୍ଷରୁ ଦୋକାନ ବଜାର ଖୋଲିବା ନେଇ ଏକ ଜରୁରୀ ଘୋଷଣା କରାଯାଇଛି । 

। ଏହି କମିଟିର ନିଷ୍ପତ୍ତି କ୍ରମେ ଆସନ୍ତା ୨୫ ତାରିଖ ଶୁକ୍ରବାରଠାରୁ ୧ ଅକ୍ଟୋବର ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ଅନୁରୋଧ କରାଯାଇଛି । କିନ୍ତୁ ଏଥିରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯଥା- ଔଷଧ, ରାସନ, ଦୁଗ୍ଧ ଓ ଦୁଗ୍ଧଜାତୀୟ ଦ୍ରବ୍ୟ, ଫଳ, ପନିପରିବା, ସାର, ବିହନ, ମାଛ, ମାଂସ, ଅଣ୍ଡା, ଚା ଓ ପାନଦୋକାନ ଦୋକାନଗୁଡିକ ସକାଳ ୬ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି କୁହାଯାଇଛି ।

ଏଥି ସହିତ ହୋଟେଲ ଗୁଡିକ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ପାର୍ସଲ ଦେଇ ପାରିବେ ବୋଲି ସୂଚନା ଦିଆଯାଇଛି । ଏଣୁ ସମସ୍ତ ବଲାଙ୍ଗିରବାସୀଙ୍କୁ ଏହି ମହାମାରୀ ପରିସ୍ଥିତିରେ ସମସ୍ତେ ଏକ ହୋଇ କରୋନା ମୁକ୍ତ ଅଭିଯାନରେ ସାମିଲ ହେବାକୁ ଅନୁରୋଧ କରାଯାଇଛି ।

Show More

Related Articles

Back to top button