Breaking PLUSଓଡ଼ିଶାମୁଖ୍ୟ ଖବର

ପ୍ରକାଶପାଇଲା +୨ ଫର୍ମପୂରଣ ବିଜ୍ଞପ୍ତି

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ପକ୍ଷରୁ +୨ ପରୀକ୍ଷା ପାଇଁ ଫର୍ମ ପୂରଣ ତାରିଖ ପ୍ରକାଶ ପାଇଛି । ବିନା ଜୋରିମାନାରେ ଫେବୃଆରୀ ୬ରୁ ୧୨ ତାରିଖ ମଧ୍ୟରେ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ହେବାକୁ ଥିବାବେଳେ ୧୨ ରୁ ୨୪ ମଧ୍ୟରେ ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମପୂରଣ ହେବ ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ପକ୍ଷରୁ +୨ ପରୀକ୍ଷା ପାଇଁ ଫର୍ମ ପୂରଣ ତାରିଖ ପ୍ରକାଶ ପାଇଛି । ବିନା ଜୋରିମାନାରେ ଫେବୃଆରୀ ୬ରୁ ୧୨ ତାରିଖ ମଧ୍ୟରେ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ହେବାକୁ ଥିବାବେଳେ ୧୨ ରୁ ୨୪ ମଧ୍ୟରେ ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମପୂରଣ ହେବ । ସେହିପରି କରେସପଣ୍ଡେନ୍ସ କୋର୍ସର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ୧୨ ରୁ ଆରମ୍ଭ ହୋଇ ୨୪ ତାରିଖରେ ସରିବ । ତେବେ ପ୍ରଥମ ପର୍ଯ୍ୟାୟରେ ଫର୍ମ ପୂରଣ କରି ପାରି ନଥିବା ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ଫେବୃଆରୀ ୧୩ରୁ ୧୯ ମଧ୍ୟରେ ୫୦ ଟଙ୍କା ଜରିମାନା ଦେଇ ଦ୍ୱିତୀୟ ପର୍ଯ୍ୟାୟରେ ଫର୍ମପୂରଣ କରିବେ । ସେହିପରି ୨୫ରୁ ୨୮ ତାରିଖ ମଧ୍ୟରେ ରେଗୁଲାର୍ ଓ କରେସପଣ୍ଡେନ୍ସ କୋର୍ସର ଛାତ୍ରଛାତ୍ରୀ ୫୦ ଟଙ୍କା ଫାଇନ୍‌(ଜରିମାନା) ଦେଇ ଫର୍ମ ପୂରଣ କରି ପାରିବେ ବୋଲି ବୋର୍ଡ ଦର୍ଶାଇଛି । ତେବେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଫର୍ମ ପୂରଣ କରି ପାରି ନଥିବା ଛାତ୍ରଛାତ୍ରୀ ତୃତୀୟ ପର୍ଯ୍ୟାରେ ୩୫୦ଟଙ୍କା ଫାଇନ୍ ଦେଇ ଫର୍ମ ପୂରଣ କରି ପାରିବେ । ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ୩ୟ ପର୍ଯ୍ୟାୟ ଫର୍ମ ପୂରଣ ତାରିଖ ୨୦ ଫେବୃଆରୀ ମାର୍ଚ୍ଚ ୩ ତାରିଖ ଯାଏଁ ଥିବାବେଳେ ରେଗୁଲାର୍ ଓ କରେସପଣ୍ଡେନ୍ସ କୋର୍ସର ଛାତ୍ରଛାତ୍ରୀ ମାର୍ଚ୍ଚ ୧ ରୁ ୩ ତାରିଖ ଯାଏଁ ନିର୍ଦ୍ଧାରିତ ହୋଇଛି । ମାର୍ଚ୍ଚ ୩ ପରେ ଫର୍ମ ପୂରଣ ପାଇଁ ତାରିଖରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ବୋର୍ଡ ସୂଚନା ଦେଇଛି । ତେବେ +୨ ପ୍ରାକ୍ଟିକାଲ୍ ପରୀକ୍ଷା ଅପ୍ରେଲ ୨୯ ତାରିଖରୁ ଆରମ୍ଭ ହେଉଥିବାବେଳେ ଥିଓରୀ ପରୀକ୍ଷା ମେ ମାସ ୧୫ ତାରିଖରୁ ଆରମ୍ଭ ହେବ ।

ଅପରପକ୍ଷେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ଫର୍ମ ପୂରଣ ଓ ଅନ୍ୟାନ୍ୟ ଫି’ ବାବଦରେ ୫୨୦ ଟଙ୍କା ଓ ପ୍ରାକ୍ଟିକାଲ୍ ପରୀକ୍ଷା ପାଇଁ ବିଷୟ ପିଛା ୪୦ ଟଙ୍କା ଦେବାକୁ ହେବ ବୋଲି ବୋର୍ଡ ବିଜ୍ଞପ୍ତି ଜାରି କରିଛି । ଚଳିତ ବର୍ଷର +୨ ପରୀକ୍ଷା ୭୦ ପ୍ରତିଶତ ପାଠ୍ୟକ୍ରମ ଆଧାରରେ ହେବ । କରୋନା ପାଇଁ ବିଭାଗ ପକ୍ଷରୁ ପୂର୍ବରୁ ୩୦ ପ୍ରତିଶତ ପାଠ୍ୟକ୍ରମ ହ୍ରାସ କରାଯାଇଛି । ସେହିପରି ଚଳିତ ବର୍ଷର +୨ ପରୀକ୍ଷା ପାଇଁ ପ୍ରଶ୍ନପତ୍ରର ଢାଞ୍ଚା ମଧ୍ୟ ବଦଳିଛି । ପ୍ରଶ୍ନପତ୍ରରେ ସମୁଦାୟ ମାର୍କର ୫୦ ପ୍ରତିଶତ ପ୍ରଶ୍ନ ମଲ୍ଟିପୁଲ୍ ଚଏସ୍‌, ୩୦ ପ୍ରତିଶତ ୨/୩ ମାର୍କ ସମ୍ବଳିତ ପ୍ରଶ୍ନ ଓ ୨୦ ପ୍ରତିଶତ ୫ ମାର୍କ ସମ୍ବଳିତ ପ୍ରଶ୍ନ ରହିବ ।

Show More

Related Articles

Back to top button