Breaking PLUSଦେଶ ବିଦେଶମୁଖ୍ୟ ଖବର

ବିଶ୍ୱରେ ଜାରି ରହିଛି କରୋନା ଆତଙ୍କ, ୧୦କୋଟି ୩୯ଲକ୍ଷ ୭ହଜାର ୩୮୩କୁ ବୃଦ୍ଧି ପାଇଲା ଆକ୍ରାନ୍ତଙ୍କ ସଂଖ୍ୟା

ବିଶ୍ୱର ୨୧୮ ଦେଶର କାୟା ମେଲାଇଛି ମହାମାରୀ କରୋନା । ଏହାରି ମଧ୍ୟରେ କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ମଙ୍ଗଳବାର ସୁଦ୍ଧା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨ଲକ୍ଷ ୪୬ହଜାର ୭୮୫ ଓ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦କୋଟି ୩୯ଲକ୍ଷ ୭ହଜାର ୩୮୩କୁ ବୃଦ୍ଧି ପାଇଛି

ବିଶ୍ୱର ୨୧୮ ଦେଶର କାୟା ମେଲାଇଛି ମହାମାରୀ କରୋନା । ଏହାରି ମଧ୍ୟରେ କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ମଙ୍ଗଳବାର ସୁଦ୍ଧା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨ଲକ୍ଷ ୪୬ହଜାର ୭୮୫ ଓ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦କୋଟି ୩୯ଲକ୍ଷ ୭ହଜାର ୩୮୩କୁ ବୃଦ୍ଧି ପାଇଛି । ସେହିପରି କୋରୋନାରୁ ୭କୋଟି ୮୧ଲକ୍ଷ ୩ହଜାର ୬୬୩ ଜଣ ସୁସ୍ଥ ହୋଇ ଥିବାବେଳେ ୨କୋଟି ୫୯ଲକ୍ଷ ୭୯ହଜାର ୨୧୫ ଜଣ ସକ୍ରିୟ ମାମଲା ରହିଛି ।

ସୂଚନା ଯେ, ଆମେରିକାରେ ୨କୋଟି ୬୯ଲକ୍ଷ ୫୬ଜଣ ସଂକ୍ରମିତ ଓ ୪ଲକ୍ଷ ୫୪ହଜାର ୪୮ ଜଣ ମୃତ ଥିବାବେଳେ ଭାରତରେ ୧କୋଟି ୭ଲକ୍ଷ ୫୭ହଜାର ୬୧୦ସଂକ୍ରମିତ ଓ ୧ଲକ୍ଷ ୫୪ହଜାର ୩୯୨ମୃତ, ବ୍ରାଜିଲରେ ୯୨ ଲକ୍ଷ ୩୦ ହଜାର ୧୬ ସଂକ୍ରମିତ ଓ ୨ ଲକ୍ଷ ୨୫ ହଜାର ୧୪୩ ମୃତ, ଋଷିଆରେ ୩୮ ଲକ୍ଷ ୬୮ ହଜାର ୮୭ ସଂକ୍ରମିତ ଓ ୭୩ ହଜାର ୬୧୯ ମୃତ, ୟୁକେରେ ୩୮ ଲକ୍ଷ ୩୫ ହଜାର ୭୮୩ ସଂକ୍ରମିତ ଓ ୧ ଲକ୍ଷ ୬ହଜାର ୫୬୪ ମୃତ, ଫ୍ରାନ୍ସରେ ୩୨ ଲକ୍ଷ ୧ ହଜାର ୪୬୧ ସଂକ୍ରମିତ ଓ ୭୬ ହଜାର ୫୧୨ ମୃତ, ସ୍ପେନରେ ୨୮ ଲକ୍ଷ ୫୨ ହଜାର୭୨୯ ସଂକ୍ରମିତ ଓ ୫୯ ହଜାର ୮୧ ମୃତ, ଇଟାଲିରେ ୨୫ ଲକ୍ଷ ୬୦ ହଜାର ୯୫୭ ସଂକ୍ରମିତ ଓ ୮୮ ହଜାର ୮୪୫ ମୃତ, ତୁର୍କୀରେ ୨୪ ଲକ୍ଷ ୮୫ ହଜାର ୧୮୨ ସଂକ୍ରମିତ ଓ ୨୬ ହଜାର ୧୧୭ ମୃତ, ଜର୍ମାନୀରେ ୨୨ ଲକ୍ଷ ୩୨ ହଜାର ୩୧୬ ସଂକ୍ରମିତ ଓ ୫୮ ହଜାର ୩୯୬ ମୃତ, କଲମ୍ବିଆରେ ୨୧ ଲକ୍ଷ ୪ ହଜାର ୫୦୬ ସଂକ୍ରମିତ ଓ ୫୪ ହଜାର ୨୭୨ ମୃତ ରହିଛନ୍ତି ।

Show More

Related Articles

Back to top button