Breaking PLUSଓଡ଼ିଶାମୁଖ୍ୟ ଖବର

ମାଟ୍ରିକ ପରୀକ୍ଷାରେ ଏଆଇ ଦ୍ୱାରା ସୁଫଳ ମିଳୁଛି- ବୋର୍ଡ

ଭୁବନେଶ୍ୱର/କଟକ,22 ଫେବୃୟାରୀ – ମାଟ୍ରିକ ପରୀକ୍ଷାରେ ଏଆଇ ଟେକ୍ନୋଲୋଜିର ବ୍ୟବହାର ଦ୍ୱାରା ଅନେକ ସୁଫଳ ମିଳିଛି ବୋଲି ବୋର୍ଡ ଉପସଭାପତି ବୋର୍ଡ ଉପସଭାପତି ଡ.ନିହାର ରଞ୍ଜନ ମହାନ୍ତି ନିଜ ପ୍ରତିକ୍ରିୟାରେ କହିଛନ୍ତି । ସେ କହିଛନ୍ତି ଯେ, ଏଆଇ ଟେକ୍ନୋଲୋଜି କ୍ୟାମେରା ଦ୍ବାରା ଅନେକ ସୁଫଳ ମିଳିଛି। ରାଜ୍ୟର ୮ଟି ପରୀକ୍ଷା କେନ୍ଦ୍ରରେ ଅବ୍ୟବସ୍ଥା ଠାବ କରିଛି ଏଆଇ। ଅବ୍ୟବସ୍ଥା ସୃଷ୍ଟିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଛି । ଶିକ୍ଷା ବିଭାଗ ସହ ପୋଲିସକୁ ସୁପାରିଶ କରିଛି ବୋର୍ଡ। ଆସନ୍ତାକାଲି ଇଂରାଜୀ ପରୀକ୍ଷା ପାଇଁ ନିଜ ଆଭିମୁଖ୍ୟକୁ କଠୋର କରିଛି ବୋର୍ଡ। ଯାଞ୍ଚ ଏବଂ ଅନୁଧ୍ୟାନ ଅଧିକ କଡାକଡି କରାଯିବ।

Show More

Related Articles

Back to top button