ସ୍ୱାସ୍ଥ୍ୟ

ଗବେଷଣାରୁ ଜଣାପଡିଛି : ଆବଶ୍ୟକତା ଠାରୁ ଅଧିକ ଓଜନ ବଢିବା ହୋଇପାରେ ଶରୀର ପାଇଁ ବିପଦ

ଗୋଟିଏ ନୂଆ ଗବେଷଣା ଅନୁସାରେ କୁହାଯାଇଛି ଯେ ଶରୀରର ଓଜନ ଆବଶ୍ୟକତା ଠାରୁ ଅଧିକ ବଢିବା ଦ୍ୱାରା ହୋଇପାରେ ବିପଦ

ଗୋଟିଏ ପତ୍ରିକାରେ ପ୍ରକାଶିତ ଖବର ଅନୁସାରେ ଏହି ତଥ୍ୟ ଦିଆଯାଇଛି l ବ୍ରିଟେନ ର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକ ମାନେ ଆଲୋଚନା କରି କହିଛନ୍ତି ଓଜନ ବୃଦ୍ଧି କାରଣରୁ ମଣିଷ କୋଭିଡ ଘାତକ ହୋଇପାରେ l

ଏହି ଗବେଷଣା ଇଂଲଣ୍ଡ ର ୬୯ ଜଣ ଲୋକଙ୍କ ଉପରେ କରାଯାଇଥିଲା ଓ ଏଥିରେ ୨୦ ହଜାର ସେହି କରୋନା ରାଗିଙ୍କୁ ସାମିଲ କରାଗଲା ଯେଉଁମାନେ ଦେଶରେ କରୋନା ର ପ୍ରଥମ ଲହର ଦ୍ୱାରା ଆକ୍ରାନ୍ତ ଥିଲେ ଏବଂ ସେମାନଙ୍କର ମୃତ୍ୟୁ ହୋଇ ଯାଇଥିଲା l

ଏହି ଗବେଷଣାରେ ଜଣାପଡିଲା ଯେ ଯେଉଁମାନେ କରୋନା ରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲେ ସେମାନଙ୍କର ଓଜନ ଆବଶ୍ୟକତା ଠାରୁ ଅଧିକ ଥିଲା l ଗବେଷକ ମାନେ କହିଥିଲେ ଯେ ବର୍ତ୍ତମାନ ସମୟରେ ଆମେ ମାନଙ୍କୁ କୁହାଯାଉଛି ଯେ ପ୍ରତେକଦିନ କିଛି ବ୍ୟାୟାମ ଓ ଯୋଗ କରିବା ପାଇଁ l ଯାହାଦ୍ୱାରା ଆମ ଶରୀରର ଓଜନ ନିୟନ୍ତ୍ରିତ ରହି ପାରିବ l

ତା ସହିତ ଏହି ଆଲୋଚନାରେ କୁହାଯାଇଥିଲା ଭାରତୀୟ ମାନେ ନିଜକୁ ଯୋଗ ଦ୍ୱାରା ସୁସ୍ଥ ରଖୁଛନ୍ତି l ଯୋଗ ଗୋଟିଏ ଏଭଳି ବ୍ୟାୟାମ ଯାହା ମଣିଷର ପ୍ରତେକ ଅଙ୍ଗକୁ ସୁସ୍ଥ ରଖିଥାଏ l ନିକଟରେ ହୋଇଥିବା ଆଉ ଗୋଟିଏ ଅଧୟନରେ କୁହାଯାଇଛି ଯେ ଅନୁଲୋମ ଓ ଵିଲୋମ ଦ୍ୱାରା ମଣିଷର ଶ୍ୱାସ କ୍ରିୟା ମଧ୍ୟ ସୁସ୍ଥ ରହି ପାରିବ l

ଏଥିରେ ଯୋଗ ସହିତ ଖାଦ୍ୟ ଉପରେ ଓ ପାନୀୟ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା-

* ପ୍ରତେକଦିନ ସକାଳୁ ଉଷୁମ ପାଣି କିମ୍ବା କlଢ଼ା ପୀଇବା ଆବଶ୍ୟକ l

* ଅତି କମ ରେ ଦିନକୁ ୮ ଗ୍ଲାସ ପାଣି ପିଅନ୍ତୁ l

* ପ୍ରତେକଦିନ ରାତିରେ ଉଷୁମ କ୍ଷୀର ସହିତ ହଳଦୀ ସେବନ କରନ୍ତୁ l

* ସତେଜ ଫଳ ଓ ପନିପରିବା ଖାଇବା ଆବଶ୍ୟକ l

* ପ୍ରୋଟିନ ,କ୍ୟାଲସିୟମ ,ମିନେରାଲସ ,ଭିଟାମିନ ସି ଯୁକ୍ତ ଖାଦ୍ୟ ଗ୍ରହଣ କରିବା ଉଚିତ l

Show More

Related Articles

Back to top button