ଦେଶ ବିଦେଶମୁଖ୍ୟ ଖବର

ମା ସରସ୍ୱତୀଙ୍କ ସହିତ କାଳୀଦାସଙ୍କର କଣ ରହିଛି ସମ୍ପର୍କ

ବସନ୍ତ ପଞ୍ଚମୀ ଗୋଟିଏ ହିନ୍ଦୁ ପର୍ବ ହୋଇଥିବାରୁ ଜ୍ଞାନ ,ସଂଗୀତ ଓ କଳାର ଦେବୀ ସରସ୍ଵତୀଙ୍କର ଉତ୍ସବ ଅଟେ l ଏହାକୁ ଗୋଟିଏ ମିଳିତ ଉତ୍ସବ ଭାବରେ ପାଳନ କରାଯାଇଥାଏ l ବସନ୍ତ ପଞ୍ଚମୀ ବସନ୍ତ ଋତୁର ଆଗମନକୁ ସୂଚାଇ ଦେଇଥାଏ ,କାରଣ ଏହି ସମୟରେ ଚାରିଆଡ ଶସ୍ୟ ଶ୍ୟାମଳା ହେବ ସହିତ ସୌନ୍ଦର୍ଯ୍ୟରେ ପୁରୀ ଉଠିଥାଏ l ବସନ୍ତ ଋତୁ ଶୀତର ଥଣ୍ଡା ପବନକୁ ଅନୁଭବ କରାଇଥାଏ

ବସନ୍ତ ପଞ୍ଚମୀ ଦିନଟିକୁ ମାଘ ମାସରେ ପାଳନ କରାଯାଇଥାଏ l ବସନ୍ତ ଋତୁକୁ ଋତୁ ମାନଙ୍କ ରାଜା ଭାବରେ ଗ୍ରହଣ କରାଯାଏ l ଏହି ଦିନ ମା ସରସ୍ଵତୀଙ୍କର ଜନ୍ମ ଦିନ ପାଳିତ ହୋଇଥାଏ ଓ ଯେକୌଣସି ଶୁଭ କାମ ଆରମ୍ଭ କରିବା ପାଇଁ ଏହି ଦିନକୁ ମହତ୍ୱ ଦିଆଯାଏ l ସରସ୍ୱତୀ ଏହିଦିନ ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ହୋଇଥିଲେ l ହିନ୍ଦୁ ରୀତିରେ ମାନ୍ୟତା ରହିଛି ଯେ ଏହି ଦିନ ହଳଦିଆ ରଙ୍ଗର ବସ୍ତ୍ର ଧାରଣା କରି ମାତା ସରସ୍ୱତୀଙ୍କୁ ପୂଜା କରିବା ଆବଶ୍ୟକ l ତାସାହିତ ହଳଦିଆ ରଙ୍ଗର ବିଭିନ୍ନ ମିଠା ଜିନିଷ ପ୍ରସ୍ତୁତ କରି ପ୍ରସାଦ ଚଢ଼ାଇବା ମାନ୍ୟତା ରହିଛି lକାରଣ ହଳଦିଆ ରଙ୍ଗ ମାତା ସରସ୍ଵତୀଙ୍କର ଅତି ପ୍ରିୟ ଅଟେ l ଭାରତ ବ୍ୟତୀତ ନେପାଳରେ ମଧ୍ୟ ସରସ୍ବତୀ ପୂଜା କରାଯାଇଥାଏ l ଭାରତରେ ସମସ୍ତ ବିଦ୍ୟାଳୟ ଗୁଡିକରେ ମାତା ସରସ୍ବତୀଙ୍କ ମୂର୍ତ୍ତି ସ୍ଥାପନ କରି ପୂଜାର୍ଚନା କରିଥାନ୍ତି l

ଜ୍ଞାନର ଦେବୀ ମାତା ସରସ୍ବତୀ ସମସ୍ତ ହିନ୍ଦୁଙ୍କ ପାଖରେ ସବୁବେଳେ ଉର୍ଦ୍ଧରେ ରହିଥାନ୍ତି l ଏହି ଶୁଭ ଦିନରେ ଯେଉଁ ପିଲାମାନେ ନୂଆ ଭାବରେ ଶିକ୍ଷା ଗ୍ରହଣ କରିଥାନ୍ତି l ସେମାନେ ମଧ୍ୟ ସରସ୍ୱତୀଙ୍କୁ ପୂଜା କରିଥାନ୍ତି l ପ୍ରଚଳିତ ମାନ୍ୟତା ଅନୁସାରେ ଏହି ପର୍ବର ଉତ୍ପତି ଆର୍ଯ୍ୟ ମାନଙ୍କ ସମୟରୁ ରହି ଆସିଛି l ଆର୍ଯ୍ୟ ମାନେ ମାତା ସରସ୍ୱତୀଙ୍କୁ ସରସ୍ବତୀ ନଦୀ କୂଳରେ ପୂଜାର୍ଚନା କରିଥିଲେ ଓ ସେମାନେ ସରସ୍ବତୀ ନଦୀକୁ ପର କରି ନିଜର ସଭ୍ୟତା ଭାରତରେ ସ୍ଥାପନ କରିଥିଲେ l ଏହିଭଳି ଭାବରେ ସରସ୍ବତୀ ନଦୀର ମାନ୍ୟତା ମଧ୍ୟ ସରସ୍ଵତୀଙ୍କର ନାଁ ଯୋଡି ହୋଇଯାଇଛି lପ୍ରଚଳିତ ମାନ୍ୟତା ଅନୁସାରେ ପୁରାଣରେ ମଧ୍ୟ ସରସ୍ଵତୀଙ୍କର ବର୍ଣ୍ଣନା ରହିଛି l ଏହିଦିନ ଲୋକପ୍ରିୟ କବି କାଳିଦାସ ଛଳନା ମାଧ୍ୟମରେ ସୁନ୍ଦର ରାଜକୁମାରୀଙ୍କୁ ବିବାହ କରିଥିଲେ l ରାଜକୁମାରୀ ଯେତେବେଳେ ଜାଣିଲେ କାଳିଦାସ ମୂର୍ଖ ଅଟନ୍ତି ସେ ତାଙ୍କୁ ନିଜ ଶୟନ କକ୍ଷରୁ ବାହାର କରି ଦେଇଥିଲେ l ଏହା ପରେ କାଳିଦାସ ଆତ୍ମହତ୍ୟା କରିବା ପାଇଁ ଚାଲିଗଲେ ,ସେତେବେଳେ କାଳିଦାସ ଯାଇ ସରସ୍ବତୀ ନଦୀ କୂଳରେ ପହଂଚିଥିଲେ l ଏହି ସମୟରେ ମା ସରସ୍ବତୀ ପାଣିରୁ ବାହାରି ତାଙ୍କୁ ସେଠାରେ ସାନ୍ନ କରିବାକୁ କହିଥିଲେ l ସେହି ପବିତ୍ର ଜଳରେ କାଳିଦାସ ସାନ୍ନ କରିବା ପରେ ଜ୍ଞାନୀ ହୋଇ ଯାଇଥିଲେ ଓ କବିତା ଲେଖିବାକୁ ଆରମ୍ଭ କରିଥିଲେ l ଏହିଭଳି ଭାବରେ ବସନ୍ତ ପଞ୍ଚମୀକୁ ଶିକ୍ଷା ଓ ଶିକ୍ଷାର ଦେବୀ ମା ସରସ୍ବତୀଙ୍କ ପାଇଁ ପାଳନ କରାଯାଇଥାଏ l

Show More

Related Articles

Back to top button