Breaking PLUSଓଡ଼ିଶାମୁଖ୍ୟ ଖବର
ଆଜି ରାଜ୍ୟରୁ ୪୦୧୮ କୋରୋନା ରୋଗୀ ଆରୋଗ୍ୟ
ଆଜି ରାଜ୍ୟରୁ ୪ ହଜାର ୧୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୫ ହଜାର ୬୭୫ରେ ପହଞ୍ଚିଛି ।

ଭୁବନେଶ୍ୱର: ଆଜି ରାଜ୍ୟରୁ ୪ ହଜାର ୧୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୫ ହଜାର ୬୭୫ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।
କଟକ ଜିଲ୍ଲାରୁ ୪୩୪ ଜଣ, ପୁରୀ ଜିଲ୍ଲାରୁ ୨୭୪ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୯୪ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୩୯ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୧୩୬ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୨୬ ଜଣ, ଯାଜପୁର ଜିଲ୍ଲାରୁ ୧୨୦ ଜଣ, ଅନୁଗୁଳ ଜିଲ୍ଲାରୁ ୧୧୬ ଜଣ, ରାୟଗଡ଼ା ଜିଲ୍ଲାରୁ ୧୧୩ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୧୧ ଜଣ ଓ ଭଦ୍ରକ ଜିଲ୍ଲାରୁ ୧୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।