ବାଣିଜ୍ୟମୁଖ୍ୟ ଖବର

ଆରମ୍ଭ ହେଲା RBIଙ୍କ ମୌଦ୍ରିକ ନୀତି କମିଟି ବୈଠକ

ବଢିପାରେ ରେପୋରେଟ୍

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ମୂଲ୍ୟ ନିର୍ଦ୍ଧାରଣ କମିଟିର ୩ ଦିନିଆ ବୈଠକ ବୁଧବାର ଆରମ୍ଭ ହୋଇଛି। ଅନୁମାନ କରାଯାଉଛି ମୌଦ୍ରିକ ନୀତି କମିଟି (ଏମପିସି) ତାଙ୍କର ଦ୍ୱିମାସିକ ସମୀକ୍ଷା କାଳରେ ନୀତି ଗତ ଦରରେ ଅନୁନ୍ୟ ୦.୩୫ ପ୍ରତିଶତ ବୃଦ୍ଧି କରିପାରନ୍ତି। ଦେଶରେ ବଢ଼ି ଚାଲିଥିବା ମୁଦ୍ରାସ୍ପିତି ନିୟନ୍ତ୍ରଣ ଲାଗି ଏହି ପଦକ୍ଷେପ ନିଆଯାଇପାରେ। ଯଦି ଏମପିସି ଏଥି ଲାଗି ପ୍ରସ୍ତାବ କରନ୍ତି ତେବେ ୩ ମାସର କ୍ଷୁଦ୍ର ଅବଧିରେ ରେପୋ ହାର ତୃତୀୟ ଥର ବଢ଼ିବ। କେନ୍ଦ୍ରୀୟ ବ୍ୟାଙ୍କ ପୂର୍ବରୁ ତାଙ୍କ ଶରଳ ମୁଦ୍ରାନୀତିକୁ ଧିରେ ଧିରେ ପ୍ରତ୍ୟାହାର କରିବେ ବୋଲି ଘୋଷଣା କରିଥିଲେ। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଗଠିତ ଏମପିସି ଅଗଷ୍ଟ ୫ ତାରିଖ ଦିନ ତାଙ୍କ ନିଷ୍ପତ୍ତିର ଘୋଷଣା କରିବେ। ଦେଶରେ ବଢି ରହିଥିବା ମୂଲ୍ୟବୃଦ୍ଧି ନିୟନ୍ତ୍ରଣ ଲାଗି ଉଭୟ କେନ୍ଦ୍ର ସରକାର ଓ ଆରବିଆଇ ଉଦ୍ୟମ ଜାରି ରଖିଛନ୍ତି। ଏହା ସତ୍ତ୍ୱେ ଚଳିତବର୍ଷ ଜାନୁୟାରୀ ମାସରୁ ମୁଦ୍ରାସ୍ପିତି ହାର ୬ ପ୍ରତିଶତରୁ ଉପରେ ରହିଛି। ଆରବିଆଇ ମୂଦ୍ରାସ୍ପିତିକୁ ୪ ପ୍ରତିଶତରେ ରଖିବା ଲାଗି ଲକ୍ଷ ଧାର୍ଯ୍ୟ କରିଛନ୍ତି। ଏଥିରେ ୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଓ ହ୍ରାସ ହୋଇପାରେ। ଏ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ରାଜ୍ୟ ସଭାରେ ୭ ପ୍ରତିଶତରୁ ଉପରେ ରହୁଥିବା ମୁଦ୍ରାସ୍ପିତିକୁ ୬ ପ୍ରତିଶତରୁ ତଳକୁ ଆଣିବା ପାଇଁ ସରକାର ଓ ଆରବିଆଇ ଉଦ୍ୟମ ଜାରି ରଖିଥିବା କହିଥିଲେ।

ଖୁଚୁରା ମୁଦ୍ରାସ୍ପିତିକୁ ନିୟନ୍ତ୍ରିତ କରିବା ପାଇଁ ଜାରି ଆର୍ଥିକ ବର୍ଷର ଏପର୍ଯ୍ୟନ୍ତ ୨ ଥର ରେପୋରେଟ ବୃଦ୍ଧି କରାଗଲାଣି। ଏଥିରେ ମେ ମାସରେ ୦.୪୦ ପ୍ରତିଶତ ଓ ଜୁନ ମାସରେ ୦.୫୦ ପ୍ରତିଶତ ବୃଦ୍ଧି କରାଯାଇଛି। ତେବେ ବର୍ତ୍ତମାନର ରେପୋ ହାର ୪.୯ ପ୍ରତିଶତ କୋଭିଡ ପୂର୍ବସ୍ତର ୫.୧୫ ପ୍ରତିଶତରୁ କମ୍ ରହିଛି। ମହାମାରୀ ଯୋଗୁ ଉପୁଜିଥିବା ଆର୍ଥିକ ସଂକଟର ମୁକାବିଲା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ୨୦୨୦ ମସିହାରେ ରେପୋ ହାର ହ୍ରସ କରିଥିଲେ। ଏଣୁ ବିଶେଷଜ୍ଞଙ୍କ ଆଶା ଚଳିତ ସପ୍ତାହରେ କେନ୍ଦ୍ରୀୟ ବ୍ୟାଙ୍କ ନୀତିଗତ ହାରକୁ ଅନୁନ୍ୟ ମହାମାରୀ ପୂର୍ବ ସ୍ତରକୁ ଫେରାଇ ଆଣିପାରନ୍ତି।

Show More

Related Articles

Back to top button