ମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି

ଆସନ୍ତାକାଲି ରିଲିଜ ହେବ ରଣବୀରଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’

ମୁମ୍ବାଇ: ବଲିଉଡରେ ଏବେ ଚାଲିଛି ବୟକଟ୍‌ ଯୁଗ। ଅନେକ ଫିଲ୍ମକୁ ‘ବୟକଟ୍‌’ କରିବା ପାଇଁ ସୋଶିଆଲ ମିଡିଆରେ ଟ୍ରେଣ୍ଡ ଜାରି ରହିଛି। ନିକଟରେ ଆମୀର ଖାନ୍‌ଙ୍କ ‘ଲାଲ ସିଂହ ଚଡ୍ଡା’, ଅକ୍ଷୟ କୁମାରଙ୍କ ‘ରକ୍ଷା ବନ୍ଧନ’ ଫିଲ୍ମକୁ ନେଇ ସୋଶିଆଲ ମିଡିଆରେ ଜୋରସୋର୍‌ରେ ବୟକଟ୍‌ କରିବା ପାଇଁ ଟ୍ରେଣ୍ଡ ଚାଲିଥିଲା। ଏହାପରେ ଉଭୟ ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍‌ ହୋଇଥିଲା। ଏବେ ରଣବୀର କପୁରଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଆସନ୍ତାକାଲି ରିଲିଜ ହେବାକୁ ଯାଉଛି। ତେବେ ଫିଲ୍ମ ରିଲିଜ ହେବା ପୂର୍ବରୁ ହିଁ ସୋଶିଆଲ ମିଡିଆରେ ‘ବୟକଟ୍‌ ବ୍ରହ୍ମାସ୍ତ୍ର’ ଟ୍ରେଣ୍ଡ ଆରମ୍ଭ ହୋଇଯାଇଛି। ଏହି ବୟକଟ୍‌ ଟ୍ରେଣ୍ଡକୁ ନେଇ ଏବେ ମୁହଁ ଖୋଲିଛନ୍ତି କପୁର ଖାନ୍‌ଦାନର ଲାଡ୍‌ଲା ରଣବୀର କପୁର। ଅଭିନେତା ରଣବୀର କପୁର ଗଣମାଧ୍ୟମ ଆଗରେ ନିଜର ମତ ରଖି କହିଛନ୍ତି, ‘ଫିଲ୍ଲ ଚାଲିବ କି ନା,ହିଁ ତାହା କେବଳ କଣ୍ଟେଣ୍ଟ ଉପରେ ନିର୍ଭର କରେ। ମୁଁ ମୋ ନିଜ ଉଦାହରଣ ଦେଉଛି। କିଛି ସପ୍ତାହ ତଳେ ମୋ ଫିଲ୍ମ ‘ସମଶେରା’ ରିଲିଜ୍‌ ହୋଇଥିଲା। ସେ ସମୟରେ ମୋତେ କୌଣସି ନକାରାତ୍ମକ ଅନୁଭବ ହୋଇନଥିଲା। ମାତ୍ର ଫିଲ୍ମଟି ବକ୍ସ ଅଫିସରେ ଚାଲିଲାନି। କାରଣ ଦର୍ଶକଙ୍କୁ ଫିଲ୍ମଟି ପସନ୍ଦ ଆସିଲାନି।

ଶେଷରେ ବିଷୟବସ୍ତୁ ହିଁ କାମରେ ଆସେ। ଯଦି ଆପଣ ଭଲ ଫିଲ୍ମ ଦେବେ, ଭଲ ବିଷୟବସ୍ତୁ ଦେବେ ତେବେ ଲୋକେ ନିଶ୍ଚୟ ଏହାକୁ ପସନ୍ଦ କରିବେ। ଫିଲ୍ମ ଦେଖିବା, କିଛି ନିଆରା ଅଭିଜ୍ଞତା ସାଉଁଟିବା, ଭାବପ୍ରବଣ ହେବାକୁ କିଏ ବା ନ ଚାହେଁ ? ଫିଲ୍ମର କଣ୍ଟେଣ୍ଟକୁ ନେଇ କିଏ ବା ହସିବାକୁ ତଥା କାନ୍ଦିବାକୁ ଚାହାନ୍ତିନି। ଯଦି କୌଣସି ଫିଲ୍ମ ଚ‌ାଲୁନାହିଁ, ତା ଅର୍ଥ ଫିଲ୍ମଟିର ବିଷୟବସ୍ତୁ ଭଲ ନାହିଁ ବୋଲି ରଣବୀର କହିଛନ୍ତି।’ ‘ବ୍ରହ୍ମାସ୍ତ୍ର’କୁ ବର୍ଷ ୨୦୨୨ର ସବୁଠୁ ବଡ ଫିଲ୍ମ ବୋଲି ବିଶ୍ୱାସ କରାଯାଉଛି। ରଣବୀର ଓ ଆଲିଆ ଭଟ୍ଟ ଏହି ଫିଲ୍ମରେ ପ୍ରଥମ କରି ଏକାଠି କାମ କରିଛନ୍ତି। ସିଲଭର ସ୍କ୍ରିନ୍‌ରେ ରଣବୀର-ଆଲିଆଙ୍କ କେମେଷ୍ଟ୍ରି ଦେଖିବା ପାଇଁ ଫ୍ୟାନ୍‌ମାନେ ମଧ୍ୟ ଉତ୍ସାହିତ ଅଛନ୍ତି। ଆସନ୍ତାକାଲି ଏହି ଫିଲ୍ମଟି ମୁକ୍ତିଲାଭ କରିବ।

Show More

Related Articles

Back to top button