ଓଡ଼ିଶା

ଶିବସେନାର ପୂର୍ବତନ ରାଜ୍ୟ ସଭାପତି ରାମ ବିଳାସ ଶର୍ମାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ।

ଓଡ଼ିଶାରେ ଶିବ ସେନାର ପ୍ରାଣ ପ୍ରତିଷ୍ଠା କରିଥିବା ଜନ ନାୟକ ତଥା ବିଶିଷ୍ଟ ସମାଜ ସେବି ରାମବିଳାଶ ଶର୍ମାଙ୍କର ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକି ଅନୁଷ୍ଠିତ ହୋଇଯାଇଛି । 

ଓଡ଼ିଶାରେ ଶିବ ସେନାର ପ୍ରାଣ ପ୍ରତିଷ୍ଠା କରିଥିବା ଜନ ନାୟକ ତଥା ବିଶିଷ୍ଟ ସମାଜ ସେବି ରାମବିଳାଶ ଶର୍ମାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡା ସ୍ୱର୍ଗତ ଶର୍ମାଙ୍କର ଏକ ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହି ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଥିଲେ, ସେମାନଙ୍କ ମଧ୍ୟରେ ଉତ୍କଳ ପ୍ରହରୀର ସମ୍ପାଦିକା ସୁଜାତା ପଟ୍ଟନାୟକ, କିଶୋର ମହାନ୍ତି, କିଶନ ଶର୍ମା, ମନୋଜ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ସ୍ୱର୍ଗତଃ ରାମବିଳାସ ଶର୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କର ସ୍ମୃତିଚରଣ କରି କହିଥିଲେ ଯେ, ରାମ ବିଳାସ ଶର୍ମା ଜଣେ ପରୋପକାରୀ ଏବଂ ସମାଜସେବୀ ଭାବରେ କେବଳ କଟକ ନୁହେଁ ସମଗ୍ର ଓଡ଼ିଶାରେ ପରିଚିତ ଥିଲେ । ଜଣେ ନିଷ୍ଠାପର କର୍ମୀ ଭାବେ ସେ ଶିବସେନାକୁ ସମଗ୍ର ରାଜ୍ୟରେ ପ୍ରଚାର, ପ୍ରସାର ଓ ସଂଗଠନକୁ ଶକ୍ତିଶାଳୀ କରିବା ପାଇଁ ଉଦ୍ୟମ କରିଆସିଥିଲେ । ତାଙ୍କ ଜୀବନରେ ଏକ ମାତ୍ର ଲକ୍ଷ୍ୟ ଥିଲା ‘ଜନସେବା’ । ସେ କେବଳ
କଟକ ନୁହେଁ ଗ୍ରାମାଞ୍ଚଳମାନଙ୍କରେ ଲୋକମାନଙ୍କ ସହିତ ଓତଃପ୍ରୋତଃ ଭାବରେ ଜଡ଼ିତ ହୋଇ ନିଜକୁ ସେବା କ୍ଷେତ୍ରରେ ଉତ୍ସର୍ଗ କରିଥିଲେ । ସେବା ଓ ତ୍ୟାଗର ପ୍ରତୀକ
ହେଉଛନ୍ତି ସ୍ୱର୍ଗତଃ ରାମ ବିଳାସ ଶର୍ମା । ଆଜିର ଯୁବପିଢ଼ି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କର ନୀତି ଆଦର୍ଶକୁ ଅନୁକରଣ କଲେ ତାହା ହେବ ସ୍ୱର୍ଗତଃ ଶର୍ମାଙ୍କ ପ୍ରତି ଉଚିତ ଶ୍ରଦ୍ଧାଞ୍ଜଳି ।

ବିଶିଷ୍ଟ ସାମ୍ବାଦିକ ଅରୁଣ ପଣ୍ଡା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ କଟକରେ ଭାରତୀୟ ଜନତା ପାର୍ଟି ସେ ଜଣେ ଅନ୍ୟତମ ସ୍ରଷ୍ଟା ଏବଂ ଜୀବନ୍ୟାସକାରୀ । ସଂପାଦକ
ହିମାଦ୍ରି ଭୂଷଣ ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ କଟକକୁ ବମ୍ବେ ପରି ଗଢ଼ି ତୋଳିବା, ସ୍ୱର୍ଗତଃ ରାମ ବିଳାସ ଶର୍ମାଙ୍କର ଏକ ସ୍ୱପ୍ନ ଥିଲା । ଏଣୁ କଟକକୁ ଓଡ଼ିଶାର
ହାଇଟେକ୍ ସିଟିରେ ପରିଣତ କରିବା ପାଇଁ ସ୍ମୃତି ସଂସଦ ସବୁପ୍ରକାର ଉଦ୍ୟମ କରିବ ।

Show More

Related Articles

Back to top button