Breaking PLUSଓଡ଼ିଶାମୁଖ୍ୟ ଖବର

ରାମଚନ୍ଦ୍ର ବେହେରା ହତ୍ୟାକାଣ୍ଡ; ୫ ଦୋଷୀଙ୍କୁ ମୃତ୍ୟୁଦଣ୍ଡ

କେନ୍ଦୁଝରଗଡ଼: ଘସିପୁରା ଥାନା ଧକୋଠା ଗ୍ରାମର ବହୁଚର୍ଚ୍ଚିିତ ରାମଚନ୍ଦ୍ର ବେହେରା ହତ୍ୟାକାଣ୍ଡ ମାମଲାର ୫ବର୍ଷ ପରେ ବୁଧବାର ଅଦାଲତଙ୍କ ରାୟ ପ୍ରକାଶ ପାଇଥିବା ବେଳେ ୫ଜଣ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇଛି। ଏହି ମାମଲାରେ ଗିରଫ ମୋଟ ୬ଜଣଙ୍କ ମଧ୍ୟରୁ କୁଣ୍ଡାକୋଟ ଗ୍ରାମର ତତ୍‌‌କାଳୀନ ୧ନଂ ଜୋନ ଜିଲାପରିଷଦ ସଦସ୍ୟା ନିବେଦିତା ପୃଷ୍ଟିଙ୍କ ଦେଢ଼ଶୁର ନିର ଓରଫ ଅଜିତ ପୃଷ୍ଟିଙ୍କ ସମେତ ଚିଲୁ ଓରଫ ସନ୍ଦୀପ ପୃଷ୍ଟି, ଅଲେଖ ପୃଷ୍ଟି, ଅରୁଣ ପୃଷ୍ଟି ଓ ପୂର୍ଣ୍ଣଚନ୍ଦ୍ର ବୋଇତେଇଙ୍କୁ ଅତିରିକ୍ତ ଜିଲାଜଜ୍‌‌ ଆନନ୍ଦପୁର ବୁଧବାର ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି। ମୋଟ ୫୩ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଏହି ଦଣ୍ଡାଦେଶ ହୋଇଛି। ତେବେ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ସେହି ସମୟର ନାବାଳକ ପ୍ରମୋଦ ଦାସ (୧୭)କୁ ପୁଲିସ ଗିରଫ କରିଥିଲେ ମଧ୍ୟ ଅଭିଯୁକ୍ତ ନାବାଳକ ହୋଇଥିବାରୁ ରାଉରକେଲାସ୍ଥିତ ସୁରକ୍ଷିତ ଆଶ୍ରୟସ୍ଥଳରେ ରହୁଥିବା ବେଳେ ଅତିରିକ୍ତ ଜିଲାଜଜ୍‌‌ ତଥା ନାବାଳକ ଅଦାଲତ କେନ୍ଦୁଝରରେ ତା’ ମାମଲାର ଶୁଣାଣି କରାଯିବ ବୋଲି ଜଣାପଡ଼ିଛି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପି.ପି.ଆନନ୍ଦପୁର ଅଶ୍ୱିନୀ କୁମାର ମଲ୍ଲିକ ମକଦ୍ଦମା ପରିଚାଳନା କରୁଥିଲେ।

Show More

Related Articles

Back to top button