Breaking PLUSଦେଶମୁଖ୍ୟ ଖବର
ଆତଙ୍କବାଦୀଙ୍କ ଟାର୍ଗେଟରେ ରାମମନ୍ଦିର, ଆଲର୍ଟ କଲା ଗୁଇନ୍ଦା ବିଭାଗ

ଅଯୋଧ୍ୟା: ଜାନୁଆରୀ ୨୨ତାରିଖରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ । ଯାହାକୁ ନେଇ ପୁରା ସଜେଇ ହୋଇଛି ଅଯୋଧ୍ୟା ନଗରୀ। ରାମ ମନ୍ଦିରର ଉଦଘାଟନ କାର୍ଯ୍ୟକ୍ରମ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଥିବା ସୂଚନା ଦେଇଛି ଗୁଇନ୍ଦା ବିଭାଗ ।
କେବଳ ଏହି ମନ୍ଦିର ନୁହେଁ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ସମସ୍ତ ପ୍ରତିଷ୍ଠିତ ବ୍ୟକ୍ତି ଓ ରାଜନେତା ଙ୍କୁ ମଧ୍ୟ ଟାର୍ଗେଟ କରାଯାଇପାରେ ବୋଲି ସତର୍କ କରାଯାଇଛି । ଏଭଳି ସତର୍କ ସୂଚନା ମିଳିବା ପରେ ସମସ୍ତ ସୁରକ୍ଷା ଏଜେନ୍ସିର ଏକ ବୈଠକ ଅନୁଷ୍ଠିତ ହୋଇଛି । ପୁରା ସହରରେ ସିସି ଟିଭି ଲଗାଯିବା ସହ ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ନିର୍ଦ୍ଦେଶ ରହିଛି। କୌଣସି ସନ୍ଦେହଜନକ ବସ୍ତୁ ଦେଖିଲେ କିମ୍ବା କାହା ଉପରେ ସନ୍ଦେହ ହେଲେ ତୁରନ୍ତ ଯାଞ୍ଚ କରିବାକୁ କୁହାଯାଇଛି।