Breaking PLUSମନୋରଞ୍ଜନମୁଖ୍ୟ ଖବର

ବିଗିଡ଼ିଲା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା !

କାମ ଦେଉନି ଚିକିତ୍ସା

ହୃଦଘାତରେ ଶିକାର ହୋଇ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ଷ୍ଟାଣ୍ଡଅପ୍ କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଅପଡେଟ୍ ଖବର ମିଳିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ିଥିବା ଡାକ୍ତରଖାନା ନିକଟ ସୂତ୍ରରୁ ସୂଚନା ମିଳିଛି। ତାଙ୍କ ବ୍ରେନ୍ ଚିକିତ୍ସାକୁ ଗ୍ରହଣ କରୁ ନାହିଁ ବୋଲି ଖରାପ ସୂଚନା ମିଳିଛି। ମିଳିଥିବା ଖବର ଅନୁସାରେ, ରାଜୁଙ୍କୁ ବ୍ରେନ୍‌କୁ ଆକ୍ଟିଭ୍ କରିବା ପାଇଁ କିଛି ପାୱାର ଫୁଲ୍ ଔଷଧ ଦିଆଯାଇଥିବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅତି ସାମାନ୍ୟ ସୁଧାର ଆସିଥିଲା। ହେଲେ ଏବେ ଔଷଧ ବନ୍ଦ କରିଦେବାରୁ ତାଙ୍କରୁ ବ୍ରେନ୍‌ ଚିକିତ୍ସାକୁ ଗ୍ରହଣ କରୁ ନାହିଁ ବୋଲି ସୂଚନା ମଳିଛି।

ତେବେ ଚିକିତ୍ସା ପାଇଁ ତାଙ୍କୁ ଏବେ ବି ଭେଣ୍ଟିଲେଟରରେ ରଖାଯାଇଛି ବୋଲି ସୂତ୍ରରୁ ସୂଚନା ମିଳିଛି। ଦିଲ୍ଲୀରେ ଜିମ୍ ବେଳେ ରାଜୁ ଶ୍ରୀବାସ୍ତବ ହଠାତ୍ ହୃଦଘାତରେ ଶିକାର ହୋଇଥିଲେ। ଏହାପରେ ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କ ବ୍ରେନ୍‌ ଡେମେଜ୍ ହୋଇଯାଇଥିବା ଖବର ଆସିଥିଲା। ପୁଣି ଔଷଧ ଦିଆଯିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ନେଇ ଖବର ଆସିଥିଲା। ରାଜୁ ତାଙ୍କ ଗୋଡ଼ ହଲାଇଥିଲେ ବୋଲି ଖବର ମିଳିଥିଲା। ହେଲେ ବର୍ତ୍ତମାନ ତାଙ୍କ ସ୍ଥିତି ଖରାପ ଥିବା ସୂଚନା ମିଳିଛି। ତେବେ ରାଜୁଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ପ୍ରଧାନମନ୍ତ୍ରୀ ବହନ କରିବେ ବୋଲି ଘୋଷଣା କରିଛନ୍ତି।

Show More

Related Articles

Back to top button