Breaking PLUSଓଡ଼ିଶାଦେଶମୁଖ୍ୟ ଖବର
ନବରଙ୍ଗପୁରରେ ରାଜନାଥ ସିଂହ; ୨୪ ନିର୍ବାଚନ ପାଇଁ କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର

ଭୁବନେଶ୍ୱର: ନବରଙ୍ଗପୁରରେ ପହଂଚିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ବାୟୁସେନା ସ୍ୱତନ୍ତ୍ର ବିମାନରେ ନବରଙ୍ଗପୁରରେ ପହଂଚିବା ପରେ ସେଠାରେ ଦଳୀୟ ନେତା ତାଙ୍କୁ ସ୍ୱାଗତ କରିଥିଲେ। ପରେ ବିଜେପିର କୋର କମିଟି ବୈଠକରେ ଯୋଗ ଦେଇଛନ୍ତି ରାଜନାଥ। ସ୍ଥାନୀୟ ଅଂଚଳରେ ଆୟୋଜିତ ଜନସଭାରେ କର୍ମୀଙ୍କୁ ୨୦୨୪ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଓଡ଼ିଶାରେ ବି ଡବଲ ଇଞ୍ଜିନ ସରକାର ଦରକାର ବୋଲି ରାଜନାଥ କହିଛନ୍ତି। ଭାରତ ସୁରକ୍ଷା ଯାତ୍ରା ଓଡ଼ିଶାରୁ ଆରମ୍ଭ କରିଥିଲୁ। ବିଜେପି ଗତ ନିର୍ବାଚନରେ ଯାହା ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ କରିଛି। କଂଗ୍ରେସ କେବଳ ଧୋକା ଦେବା ଜାଣିଛି ବୋଲି ରାଜନାଥ କହିଛନ୍ତି।