ଦେଶ ବିଦେଶ

ରାଜସ୍ଥାନର ଜୟପୁରରେ ଭୂକମ୍ପର ଝଟକା

୩.୮ ତୀବ୍ରତାରେ କମ୍ପନ ଅନୁଭୂତ

ଶୁକ୍ରବାର ସକାଳେ ରାଜସ୍ଥାନର ରାଜଧାନୀ ଜୟପୁରରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ୩.୮ ଥିଲା ତୀବ୍ରତା । ସକାଳ ୮ଟାରେ ମୃଦୁ ଭୂକମ୍ପ ଅୁଭୂତ ହୋଇଥିଲା । ସିକର ଏବଂ ଫତେହପୁରରେ ମଧ୍ୟ ଏହାର କମ୍ପନ ଅନୁଭୂତ ହୋଇଥିଲା । ଲୋକମାନେ ପ୍ରାୟ ୩ ସେକେଣ୍ଡ ପର୍ଯ୍ୟନ୍ତ ଭୂକମ୍ପର କମ୍ପନ ଅନୁଭବ କରିଥିଲେ ।

 

ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଜୟପୁରର ୯୨ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ରହିଥିଲା ।

Show More

Related Articles

Back to top button