
ଦାନାବନ୍ଧୁଛି ଲଘୁଚାପ । ଅଧିକ ଘନିଭୂତ ହୋଇ ଏହା ଅବପାତରେ ପରିଣତ ହେବର ସମ୍ଭାବନା ଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସଙ୍ଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେଇଥିବାବେଳେ, ୨୩ ତାରିଖବେଳକୁ ଏହା ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ। ଏହାରି ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ଭିତରେ ରାଜ୍ୟର ଅନେକ ସ୍ଥାନରେ ସ୍ଵଳ୍ପ ଧରଣର ବର୍ଷା ହେବା ସହ ତାପମାତ୍ରା ହ୍ରାସ ଘଟିବ।
ପାଣିପାଗ ବିଭାଗ ଅନୁଯାୟୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୪୮ଘଣ୍ଟା ପରେ ଅବପାତରେ ପରିଣତ ହେଇପାରେ । ଏହାରି ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଖାସକରି ଆସନ୍ତା ୨୪ ଘଣ୍ଟାରେ ମାଲକାନଗିରି, କୋରାପୁଟ,ନବରଙ୍ଗପୁର ଆଦି ସ୍ଥାନରେ ବର୍ଷା ହେଇପାରେ । ଆସନ୍ତା ୨ ଦିନ ପର୍ଯ୍ୟନ୍ତ କଟକ,ଖୋର୍ଦ୍ଧା, ଅନୁଗୁଳ,ମୟୁରଭଞ୍ଜରେ ସ୍ଵଳ୍ପରୁ ମଧ୍ୟ ଧାରଣର କୁହୁଡି ଦେଖାଦେଇପରେ । ଏପରିକି ୪୮ଘଣ୍ଟାପରେ ରାତିର ତାପମାତ୍ରା ୪ରୁ ୫ ଡିଗ୍ରୀ ଖସିପାରେ । ଫଳରେ ଶୀତ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।