ଦୁର୍ଘଟଣାଦେଶସ୍ୱତନ୍ତ୍ରସ୍ୱାସ୍ଥ୍ୟ

୧୦୫ ଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ନୂଆ ଜୀବନ ପାଇଲା ରାହୁଲ

କଥାରେ ଅଛି ରଖେ ହରି ତ ମାରେ କିଏ ।  ୧୦୫ ଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ନୂଆ ଜୀବନ ପାଇଲା ରାହୁଲ । ୫ ଦିନର ଏହି ଅକ୍ଲାନ୍ତ ପରିଶ୍ରମ ପରେ ଗତକାଲି ବିଳମ୍ବିର ରାତିରେ ରାହୁଲକୁ ଉଦ୍ଧାର କରାଯାଇଛି । ଉଦ୍ଧାର କରାଯିବାପରେ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଗ୍ରିନ୍ କରିଡରରେ ବିଳାସପୁରର ଆପୋଲୋ ହସ୍ପିଟାଲକୁ ନିଆ ଯାଇଥିଲା । ବର୍ତ୍ତମାନ ରାହୁଲର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି ।

ଛତିଶଗଡ଼ ଜାଞ୍ଜଗିରି-ଚମ୍ପା ଜିଲ୍ଲାର ପିହରିଡ୍‌ ଗାଁରେ ୮୦ ଫୁଟ ତଳେ ବୋରୱେଲରେ ଫସିରହିଥିଲା ୧୦ ବର୍ଷୀୟ ରାହୁଲ ସାହୁ । ଖବର ମିଳିବା ପରେ ଦେଶର ବଡ ବଡ଼ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ। ୨ ଦିନ ଧରି ରାତିରେ ଲାଇଟ ଲଗାଇ ଅପରେସନ କାର୍ଯ୍ୟ ଜାରି ରହିଥିଲା । ଅପରେସନ୍‌ରେ ସାମିଲ ହୋଇଥିଲା ରେସ୍କ୍ୟୁ ରୋବୋଟ୍‌ ।ବୋରୱେଲ ପାଖରେ ପୋକଲିନ, ଜେସିବି ଓ ଡ୍ରିଲ ମେସିନ ମାଧ୍ୟମରେ ଖୋଳା ଯାଇଥିଲା । ଦୁଇ ଦିନ ପୂର୍ବରୁ ରାତିରୁ ବୋରୱେଲ ପାଖରେ ଗାତ ଖୋଳାଯାଉଥିଲା । ଖନନ ଦ୍ୱାରା ରାହୁଲକୁ ଯେପରି କୌଣସି କ୍ଷତି ନପହଞ୍ଚେ ତାକୁ ଧ୍ୟାନ ରଖାଯାଇଥିଲା। ଉଦ୍ଧାର ସ୍ଥଳରେ ଜିଲ୍ଲା ପ୍ରଶାସନ, ପୋଲିସ ସହ ଏନଡିଆରଏଫ ଓ ଏସଡିଆରଏଫ ଉପସ୍ଥିତ ଥିଲେ । ବୋରୱେଲ ଭିତରକୁ ଖାଦ୍ୟ ଓ ପାନୀୟ ପଠାଯାଇ ରାହୁଲକୁ ଦିଆଯାଉଥିଲା। ବର୍ତ୍ତମାନ ରାହୁଲକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ପ୍ରଶାସନ । ସୁରକ୍ଷିତ ଉଦ୍ଧାର କାର୍ଯ୍ୟ ଉପରେ ସ୍ୱତନ୍ତ୍ର ନଜର ରଖିଥିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ।

ଅନ୍ୟ ପକ୍ଷରେ ୫ ଦିନ କାଳ ସେହି ଗାତ ଭିତରେ ଜୀବନ ବିତାଇଥିବା ରାହୁଲକୁ କଦଳୀ ଓ ଗ୍ଲୁକୋଜ ଦିଆଯାଉଥିଲା ଓ ସେଥିରେ ଔଷଧ ଓ ପ୍ରତିଷେଧକ ଦିଆଯାଉଥିଲା। ରାହୁଲ ପାଖରେ ପହଂଚିବା ପାଇଁ ୮୦ ଫୁଟର ଏକ ସମାନ୍ତରାଳ ଗାତ ଖୋଲା ଯାଇଥିଲା ଓ ୧୫ ଫୁଟର ସୁଡ଼ଙ୍ଗ ପ୍ରସ୍ତୁତ କରାଯାଇଥିଲା। କେବଳ ସେତିକି ନୁହେଁ, ରାହୁଲ ଖସି ପଡିଥିବା ସ୍ଥାନରେ କାଳେ ଜଳ ସ୍ଥର ବୃଦ୍ଧି ପାଇବା, ତାହାକୁ ଦୃଷ୍ଟିରେ ରଖି ସେହି ଅଂଚଳରେ ଘରେ ଘରେ ମୋଟର ଚଳାଇବାକୁ ପରାମର୍ଶ ଦିଆଯାଇଥିଲା ଓ ସମସ୍ତ ଡ୍ୟାମ ଖୋଲି ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ରାହୁଲକୁ ଉଦ୍ଧାର ପାଇଁ ଦେଶବ୍ୟାପୀ ପ୍ରାର୍ଥନା ଓ ପୂଜାର୍ଚ୍ଚନା ଚାଲିଥିଲା ଏବଂ ୧୦୭ ଘଣ୍ଟାର ଯୁଦ୍ଧକାଳୀନ ଅପରେସନ ପରେ ରାହୁଲକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଇତିମଧ୍ୟରେ ରାହୁଲକୁ ଉଦ୍ଧାର ପରେ ଗ୍ରୀନ କରିଡର ଜରିଆରେ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ହସ୍ପିଟାଲକୁ ନିଆଯାଇଛି। ତାଙ୍କୁ ବିଳାସପୁର ସ୍ତିତ ଆପୋଲୋ ହସ୍ପିଟାଲରେ ଚିକିତ୍ସା କରାଯିବ।

Show More

Related Articles

Back to top button