Breaking PLUSଦେଶମୁଖ୍ୟ ଖବର

ଜାନୁୟାରୀ 14ରୁ ମଣିପୁରରୁ ଭାରତ ନ୍ୟାୟ ଯାତ୍ରାର ଶୁଭାରମ୍ଭ କରିବେ ରାହୁଲ ଗାନ୍ଧି

ମାର୍ଚ୍ଚ 20ରେ ପହଞ୍ଚିବେ ମୁମ୍ବାଇରେ

ନୂଆଦିଲ୍ଲୀ, 27 ଡିସେମ୍ବର -କଂଗ୍ରେସର ଭାତର ଯୋଡୋ ଯାତ୍ରା ପରେ ଏବେ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଭାରତ ନ୍ୟାୟ ଯାତ୍ରା ବାହାରିବ ବୋଲି ଘୋଷଣା କରିଛି । କଂଗ୍ରେସ ମହାସଚିବ ଜୟରାମ ରମେଶ ବୁଧବାର ଦଳ ମୁଖ୍ୟାଳୟରେ ଆୟୋଜିତ ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଭାରତ ନ୍ୟାୟ ଯାତ୍ରାର ଆରମ୍ଭ ହେବ । ଏହା ଜାନୁୟାରୀ 14ରେ ମଣିପୁରରୁ ଆରମ୍ଭ ହେବ । ମାର୍ଚ୍ଚ 20ରେ ମୁମ୍ବାଇରେ ଏହାର ସମାପନ ହେବ । ଏହା 14ଟି ରାଜ୍ୟରେ ପ୍ରାୟ 6200 କିଲୋମିଟର ଯାତ୍ରା କରିବ । ଜୟରାମ ରମେଶ କହିଛନ୍ତି ଯେ, ରାହୁଲ ଗାନ୍ଧି ଆର୍ଥିକ ବିଷମତା, ସାମାଜିକ ଧ୍ରୁବିକରଣ ଓ ରାଜନୈତିକ ପ୍ରସଙ୍ଗ ଉଠାଇସାରିଛନ୍ତି । ଭାରତ ନ୍ୟାୟ ଯାତ୍ରାରେ ଆର୍ଥିକ ନ୍ୟାୟ, ସାମାଜିକ ନ୍ୟାୟ ଓ ରାଜନୈତିକ ନ୍ୟାୟ ପ୍ରସଙ୍ଗ ଉଠାଯିବ ।

Show More

Related Articles

Back to top button