Breaking PLUSଦେଶମୁଖ୍ୟ ଖବର

ଝାରଖଣ୍ଡରେ ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା କଲେ ନକ୍ସଲ

ବୋକାରୋ, 27 ଡିସେମ୍ବର – ଝାରଖଣ୍ଡର ବୋକାରୋ ଜିଲ୍ଲାରେ ମଙ୍ଗଳବାର ରାତିରେ ନକ୍ସଲମାନେ ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି ।ଚତରୋଚଟି ଥାନା ଅଧିକାରୀ ନୀରଜ କୁମାରଙ୍କୁ ଏ ସମ୍ପର୍କରେ ଆଜି ସକାଳେ ସୂଚନା ମିଳିଛି ।
ଥାନା ଅଧିକାରୀଙ୍କ ସୂଚନା ମୁତାବକ ଚତରୋଚଟି ଥାନା ଅଞ୍ଚଳରେ ଚୁଟେ ପଞ୍ଚାୟତର ଅମନ ପାହାଡର ତଲହଟିରେ ଦଣ୍ଡରା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ନକ୍ସଲମାନେ ସୁଖରାମ ମାଞ୍ଝିଙ୍କୁ ହତ୍ୟା କରିଛନ୍ତି । ଦଣ୍ଡରା ହେଉଛି ନକ୍ସଲ ପ୍ରଭାବିତ ଅଞ୍ଚଳ । ହତ୍ୟା ପରେ ନକ୍ସଲମାନେ ତା ଘର ସମ୍ମୁଖରେ ସୁଖରାମର ମୃତଦେହ ଫିଙ୍ଗି ପଳାଇଛନ୍ତି । ସୁଖରାମ ହେଉଛନ୍ତି ପୂର୍ବତନ ୱାର୍ଡ ସଦସ୍ୟ । ସେ ଗାଁରେ କୁକୁଡା ଦୋକାନ ଖୋଲିଥିଲେ ।ନକ୍ସଲମାନେ ମୃତଦେହ ନିକଟରେ ଏକ ପୋଷ୍ଟର ଛାଡିବା ସହ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛନ୍ତି ।

Show More

Related Articles

Back to top button