ଦେଶ ବିଦେଶ

ୟୁରୋପ ଯାତ୍ରାରେ ବାହାରିଲେ ରାହୁଲ ଗାନ୍ଧୀ

କଂଗ୍ରେସର ଗୁରୁତ୍ଵପୂର୍ଣ୍ଣ ବୈଠକରେ ହେବେନି ସାମିଲ୍

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୁଣି ଥରେ ବିଦେଶ ଯାତ୍ରା କରିଛନ୍ତି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରାହୁଲ ଗାନ୍ଧୀ ବ୍ୟକ୍ତିଗତ ଯାତ୍ରାରେ ୟୁରୋପ ଯାଇଛନ୍ତି। ହେଲେ ରାଷ୍ଟ୍ରପତି ନିର୍ବାଚନ ଏବଂ ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ତାଙ୍କର ଜୁଲାଇ ୧୭ରେ ସ୍ଵଦେଶ ଆଗମନର ଆଶା କରାଯାଉଛି। ଏହାର ପରବର୍ତ୍ତୀ ଦିନ ଅର୍ଥାତ ଜୁଲାଇ ୧୮ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ଅଗଷ୍ଟ ୬ ପର୍ଯ୍ୟନ୍ତ ଚାଲିବ। ସଂସଦର ଏହି ଅଧିବେଶନରେ ରାଷ୍ଟ୍ରପତି ଏବଂ ଉପ ରାଷ୍ଟ୍ରପତି ନିର୍ବାଚନ ହେବ। ରାଷ୍ଟ୍ରପତି ନିର୍ବାଚନ ଜୁଲାଇ ୧୮ ଏବଂ ଉପ ରାଷ୍ଟ୍ରପତି ନିର୍ବାଚନ ଅଗଷ୍ଟ ୬ରେ ହେଉଛି। ରାହୁଲ ଗାନ୍ଧୀ ଠିକ୍ ସେହି ସମୟରେ ବିଦେଶ ଗସ୍ତ କରିଛନ୍ତି, ଯେଉଁ ସମୟରେ ଗୋଆ କଂଗ୍ରେସ ଉପରେ ସଙ୍କଟର କଳା ବାଦଲ ଛାଇ ରହିଛି।

ରାହୁଲଙ୍କ ବିଦେଶ ଗସ୍ତ ନେଇ ପାର୍ଟି ପକ୍ଷରୁ କୌଣସି ଆନୁଷ୍ଠାନିକ ବୟାନ ଜାରି କରାଯାଇ ନାହିଁ। ଏହା ମଧ୍ୟରେ କଂଗ୍ରେସ ପାର୍ଟି ନିଜ ଦଳର ଅଧ୍ୟକ୍ଷ ନିର୍ବାଚନକୁ ନେଇ ଗୁରୁବାର ଏକ ବୈଠକ କରିବାକୁ ଯାଉଛି। ବିଦେଶ ଗସ୍ତ କାରଣରୁ ରାହୁଲ ଏହି ବୈଠକରେ ଯୋଗ ଦେଇ ପାରିବେ ନାହିଁ। ୨୦୧୯ ଲୋକସଭା ନିର୍ବାଚନ ପରେ ରାହୁଲ ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହା ପରଠୁ ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ଅଧ୍ୟକ୍ଷ ରହି ଆସିଛନ୍ତି। ରାହୁଲ ଗାନ୍ଧୀ ଏହି ପଦ ପାଇଁ ନିର୍ବାଚନ ଲଢିବେ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ। ଗୁରୁବାର ହେବାକୁ ଥିବା ବୈଠକରେ ଅକ୍ଟୋବର ୨ରୁ ଆରମ୍ଭ ହେଉଥିବା ଭାରତ ଯୋଡୋ ଅଭିଯାନ ଯୋଜନା ଉପରେ ଅଲୋଚନା ହୋଇପାରେ।

Show More

Related Articles

Back to top button