Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

‘କୃଷକଙ୍କୁ ପୁଞ୍ଜିପତିଙ୍କ ଗୋଲାମ କରିବାକୁ ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ’

ଲୋକସଭା ପରେ ରାଜ୍ୟସଭାରେ ପାରିତ ହୋଇସାରିଛି କୃଷି ବିଲ୍। କିନ୍ତୁ, ସଡ଼କରୁ ସଂସଦ ଯାଏ ଏହି ବିଲକୁ ବିରୋଧ କରାଯାଉଛି ।

ନୂଆଦିଲ୍ଲୀ: ଲୋକସଭା ପରେ ରାଜ୍ୟସଭାରେ ପାରିତ ହୋଇସାରିଛି କୃଷି ବିଲ୍। କିନ୍ତୁ, ସଡ଼କରୁ ସଂସଦ ଯାଏ ଏହି ବିଲକୁ ବିରୋଧ କରାଯାଉଛି । ଏହି ବିଲକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଏହି ବିଲ୍ ସହାୟତାରେ ମୋଦୀ ସରକାର କୃଷକମାନଙ୍କୁ ପୁଞ୍ଜିପତିମାନଙ୍କର ଗୋଲାମ ବନାଇବାକୁ ଚାହୁଁଛନ୍ତି ।
କୃଷି ବିଲକୁ ନେଇ ରାଜ୍ୟସଭାରେ ଯୁକ୍ତି ତର୍କ ଚାଲିଥିବା ବେଳେ ରାହୁଲ ଗାନ୍ଧୀ ତାଙ୍କ ଟ୍ୱିଟର ପେଜରେ ଲେଖିଛନ୍ତି କି ମୋଦୀ ସରକାରଙ୍କ କୃଷି ବିରୋଧୀ କଳା କାନୁନ୍ କୃଷକ ମାନଙ୍କର କୃଷି ବଜାରକୁ ଶେଷ କରିଦେବ । କୃଷକର ବଜାର ଶେଷ ହୋଇଗଲେ କିଭଳି ମିଳିବ ସର୍ବନିମ୍ନ ସହାୟକ ଦର। ଏହି ବିଧେୟକରେ ସର୍ବନିମ୍ନ ସହାୟକ ମୂଲ୍ୟର ଗ୍ୟାରେଣ୍ଟି କାହିଁକି ରଖାଯାଇ ନାହିଁ ? ଏହି ବିଲ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କୃଷକଙ୍କୁ ପୁଞ୍ଜିପତି ମାନଙ୍କର ଗୋଲାମ ବନାଇବାକୁ ଯାଉଛନ୍ତି, ଯାହାଦ୍ୱାରା ଦେଶକୁ କେବେ ସଫଳତା ମିଳିବ ନାହିଁ।

Show More

Related Articles

Back to top button