Breaking PLUSଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ଆଜି ପୁରୀ ଅଭିମୁଖେ ଯାତ୍ରା କରିବେ ରଘୁବର ଦାସ, ମଙ୍ଗଳବାର ଶପଥ ପାଠ

ଭୁବନେଶ୍ୱର- ଅକ୍ଟୋବର 31ରେ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ । ଏଥିପାଇଁ ଆଜି ପୁରୀ ଅଭିମୁଖେ ବାହାରିବେ ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ । ରବିବାର ଦିନ ପୁରୁଷୋତ୍ତମ ଏକ୍ସପ୍ରେସରେ ପୁରୀ ଯିବେ ରଘୁବର । ଶ୍ରୀଯୁକ୍ତ ଦାସ ପୁରୀ ଷ୍ଟେସନରେ ଓହ୍ଲାଇ ପ୍ରଥମେ ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ । ଏହାପରେ ଭୁବନେଶ୍ୱରରେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବେ । ମଙ୍ଗଳବାର ଦିନ ଓଡ଼ିଶାର 26ତମ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ ।
ଏଠାରେ ସୂଚନାଯୋଗ୍ୟ, ଶନିବାର ଦିନ ରଘୁବର ଦାସ ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ ଦଳର ପ୍ରାଥମିକ ସକ୍ରିୟ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।

Show More

Related Articles

Back to top button