Breaking PLUSଓଡ଼ିଶାମୁଖ୍ୟ ଖବର

ରମାଦେବୀରେ ରାଗିଂ ଅଭିଯୋଗ

ଭୁବନେଶ୍ୱର -ବିଜେବି ପରେ ରମାଦେବୀ ଜୁନିୟର କଲେଜରେ ରାଗିଂ ଅଭିଯୋଗ। ଗଣଶିକ୍ଷା ବିଭାଗକୁ ଲିଖିତ ଅଭିଯୋଗ କଲେ କଲେଜ ଛାତ୍ରୀ । କଲେଜ୍ କର୍ତ୍ତୃପକ୍ଷଙ୍କୁ ଛାତ୍ରୀଙ୍କ ଅଭିଯୋଗ ପରେ ମିଳିଲାନି ନ୍ୟାୟ। ଶେଷରେ ବାଧ୍ୟ ହୋଇ ଗଣଶିକ୍ଷା ବିଭାଗକୁ ଲିଖିତ ଅଭିଯୋଗ ଜଣାଇଛନ୍ତି ଛାତ୍ରୀ ।

ରମାଦେବୀ ଜୁନିୟର କଲେଜର 1 ନମ୍ବର ରୁମରେ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ଜାତିଆଣ ମନ୍ତବ୍ୟ ସହ ରୁମରେ ଅଶ୍ଲୀଳ ଭିଡିଓ ଦେଖିବା, ରାତିରେ ଛୋଟ ପୋଷାକ ପିନ୍ଧିବାକୁ ବାଧ୍ୟ କରାଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଛାତ୍ରୀ । ଏହାସହିତ ରୁମରେ ମୁଣ୍ଡ ନକୁଣ୍ଡାଇବା, ପୋଷାକ ଓ ଜୋତା ଅଲଗା ରଖିବାକୁ ବାଧ୍ୟ କରାଯାଉଥିବା କହିଛନ୍ତି । ଅଭିଯୋଗ ପରେ ଘଟଣାର ତଦନ୍ତ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି ।

Show More

Related Articles

Back to top button