Breaking PLUSଦେଶମୁଖ୍ୟ ଖବର

ଦେଶର ପରବର୍ତ୍ତୀ ନୌସେନା ମୁଖ୍ୟ ହେବେ ଆର ହରି କୁମାର

ଦେଶର ପରବର୍ତ୍ତୀ ନୌସେନା ମୁଖ୍ୟଭାବେ ଭାଇସ ଆଡ଼ମିରାଲ ଆର ହରି କୁମାରଙ୍କୁ ନିଯୁକ୍ତି କରାଯାଇଛି । ସେ ବର୍ତ୍ତମାନ ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡରେ ଫ୍ଲାଗ ଅଫିସର କମାଣ୍ଡିଂ ଇନ ଚିଫ୍ ଭାବେ କାର୍ଯ୍ୟ କରୁଛନ୍ତି । ସେ ଆସନ୍ତା ୩୦ରେ ନୂଆ କାର୍ଯ୍ୟର ଦାୟିତ୍ୱ ଗ୍ରହଣ କରିବେ । ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପ୍ରତିରକ୍ଷା ମନ୍ତ୍ରାଳୟ ମଙ୍ଗଳବାର ଦିନ ଘୋଷଣା କରିଛନ୍ତି ଯେ, ନୌସେନାର ବର୍ତ୍ତମାନ ପ୍ରମୁଖ ଆଡ଼ମିରାଲ କରମବୀର ସିଂ ସେବାନିବୃତ୍ତ ହେବା ପରେ ୩୦ ନଭେମ୍ବରକୁ ଆର ହରି କୁମାର ଦାୟିତ୍ୱ ଗ୍ରହଣ କରିବେ ।

ଭାଇସ ଆଡ଼ମିରାଲ ଆର ହରି କୁମାରଙ୍କ ଜନ୍ମ ୧୨ ଏପ୍ରିଲ ୧୯୬୨ମସିହାରେ ହୋଇଛି । ସେ ଭାରତୀୟ ନୌସେନାର ଏକଜିକ୍ୟୁଟିଭ ଶାଖାରେ ୧ ଜାନୁଆରୀ ୧୯୮୩ରେ ସାମିଲ ହୋଇଥିଲେ । ନୌସେନାରେ ୩୯ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ନୌସେନାର ବିଭିନ୍ନ ପଦପଦବୀରେ କାମ କରିଛନ୍ତି । ସେ ଆଇଏନଏସ୍ ବିରାଟ ଓ ମିସାଇଲ ବିଧ୍ୱଂସକାରୀ ଆଇଏନଏସ୍ ରଣବୀରର ପରିଚାଳନା ଦାୟିତ୍ୱ ସମ୍ପାଦନ କରିଛନ୍ତି । ଏହାସହ ଆର ହରି କୁମାର ଇଣ୍ଟିଗ୍ରେଟେଡ଼ ଡ଼ିଫେନ୍ସ ଷ୍ଟାଫ ମୁଖ୍ୟଭାବେ ମଧ୍ୟ କାର୍ଯ୍ୟ କରିବାର ଅଭିଜ୍ଞତା ବି ରଖିଛନ୍ତି ।

Show More

Related Articles

Back to top button