Breaking PLUSଓଡ଼ିଶାମୁଖ୍ୟ ଖବର

ଶ୍ରୀଜିଉଙ୍କ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଙ୍କ ପାଇଁ ଆଉ ୨ଘଣ୍ଟା ବୃଦ୍ଧି ହେଲା ଦର୍ଶନ ସମୟସୀମା

ଆଜି ମହାକାର୍ତ୍ତିକ ମାସ ପଞ୍ଚୁକର ଚତୁର୍ଥ ଦିନ । ମହାକାର୍ତ୍ତିକ ମାସର ଶୁକ୍ଳପକ୍ଷ ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥି । ଏହି ଅବସରରେ ଆଜି ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେବେ ତିନି ଠାକୁର । ଶ୍ରୀଜୀଉଙ୍କର ଅବକାଶ ନୀତି ସମ୍ପନ୍ନ ହେବା ପରେ ଏହି ବେଶ ଆରମ୍ଭ ହୋଇଥାଏ । ସୋଲ ଓ ଜରିରେ ଡାଳି କରାଯାଇ ସେଥିରେ ପର୍ଯ୍ୟାପ୍ତ ସଂଖ୍ୟକ ରଙ୍ଗବେରଙ୍ଗର ଫୁଲ ସବୁକୁ ଶ୍ରୀମସ୍ତକରେ ଲଗାଯାଏ । ଏହି ଡାଳ ମଝି ମଝିରେ ଠିଆ ପାଖୁଡ଼ା ଆକୃତିର ସ୍ୱର୍ଣ୍ଣକିଆ ଖଞ୍ଜାଯାଇଥାଏ । ତେଣୁ ଏହାକୁ ଡାଳିକିଆ ବେଶ କୁହାଯାଏ ।

ସକାଳଧୂପ ନୀତି ସମ୍ପର୍ଣ ପର୍ଯ୍ୟନ୍ତ ଏହି ବେଶ ରହିଥାଏ । ଅନ୍ୟପଟେ ପ୍ରବଳ ଭକ୍ତଙ୍କ ସମାଗମକୁ ଲକ୍ଷ କରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶନ ବ୍ୟବସ୍ଥାରେ ଦୁଇ ଘଣ୍ଟା ବୃଦ୍ଧି କରାଯାଇଛି । ପୂର୍ବରୁ ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ବ୍ୟବସ୍ଥା ଥିବା ବେଳେ ତାହାକୁ ବୃଦ୍ଧି କରାଯାଇ ରାତି ୧୧ଟା ପର୍ଯ୍ୟନ୍ତ କରାଯାଇଛି । ଭକ୍ତ ମହାପ୍ରଭୁଙ୍କ ଦର୍ଶନରୁ କିଭଳି ବଞ୍ଚିତ ନହୁଅନ୍ତୁ ସେନେଇ ଏହି ନିଷ୍ପତି ନିଆଯାଇଛି । ତେବେ ଏସଓପି ଅନୁଯାୟୀ ଆସନ୍ତାକାଲି କାର୍ତ୍ତିକ ପୂର୍ଣମୀ ଅବସରରେ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯିବ ।

Show More

Related Articles

Back to top button