Breaking PLUSଓଡ଼ିଶାମୁଖ୍ୟ ଖବର

୧୫୮ଟି ସ୍ମାର୍ଟ ସ୍କୁଲକୁ ଆଜି ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ

ଆଜି ୫ ଜିଲ୍ଲାରେ ୧୫୮ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ମାଧ୍ୟମରେ ବଦଳିବ ସ୍କୁଲର ରୂପରେଖ । ପିଲାମାନଙ୍କୁ ଉନ୍ନତ ଜ୍ଞାନକୌଶଳରେ ପାଠପଢା ପାଇଁ ସ୍କୁଲରେ ସ୍ମାର୍ଟ କ୍ଲାସରୁମ ବ୍ୟବସ୍ଥା ହୋଇଛି । ବିଦ୍ୟାଳୟ କାନ୍ଥବାଡରେ ଚମକୁଛି ଭଳିକି ଭଳି ଚିତ୍ର । ପାଠ ପଢିବା ପ୍ରତି ପିଲାଙ୍କୁ ଉତ୍ସାହିତ କରିବା ପାଇଁ ସ୍କୁଲଗୁଡିକ ଏକ ନୂଆ ରୂପ ଦେଉଛନ୍ତି ରାଜ୍ୟ ସରକାର ।

ଆଜି ଲୋକାର୍ପିତ ହେବାକୁ ଥିବା ସ୍କୁଲଗୁଡିକ ମଧ୍ୟରେ ମୟୂରଭଞ୍ଜରେ ୬୦ଟି ସ୍କୁଲ, ଖୋର୍ଦ୍ଧାରେ ୩୮, କଳାହାଣ୍ଡିରେ ୨୯ଟି, ଝାରସୁଗୁଡାରେ ୨୫ଟି ଓ ମାଲକାନଗିରିରେ ୬ଟି ସ୍କୁଲ ରହିଛି । ଭିସି ଯୋଗେ ବିଦ୍ୟାଳୟଗୁଡିକ ଲୋକାର୍ପଣ ହେବାକୁ ଥିବା ବେଳେ ଜିଲ୍ଲା ସ୍ତରରେ ଏନେଇ ବିଶେଷ ଆୟୋଜନ କରାଯାଇଛି । ପ୍ରକାଶ ଥାଉ କି, ଗତ ନଭେମ୍ବର ୧୬ରେ ୫ ଜିଲ୍ଲାରେ ୧୩୦ଟି ସ୍ମାର୍ଟ ସ୍କୁଲ ଉଦଘାଟନ କରିଥିଲେ । ଏହା ପୂର୍ବରୁ ନଭେମ୍ବର ୧୪ ତାରିଖରେ ବୌଦ୍ଧ ଜିଲ୍ଲା ୧୦ ହାଇସ୍କୁଲ, ସୋନପୁରର ୧୧ ହାଇସ୍କୁଲ, ଭଦ୍ରକର ୧୭ ହାଇସ୍କୁଲ ଓ କେନ୍ଦୁଝରର ୧୦୦ ହାଇସ୍କୁଲ ଓ ନଭେମ୍ବର ୧୧ ତାରିଖରେ ୫ଟି ଜିଲ୍ଲାର ୧୪୨ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିସାରିଛନ୍ତି ମୁଖ୍ୟମନ୍ତ୍ରୀ । ସୁନ୍ଦରଗଡ, କଟକ, ନବରଙ୍ଗପୁର, କନ୍ଧମାଳ ଓ ବାଲେଶ୍ୱର ଆଦି ୫ଟି ଜିଲ୍ଲାର ଥିବା ୧୪୨ଟି ରୂପାନ୍ତର ସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଥିଲେ ।

Show More

Related Articles

Back to top button