ଓଡ଼ିଶାଦେଶମୁଖ୍ୟ ଖବରଶିକ୍ଷାସ୍ୱତନ୍ତ୍ର

ପ୍ରଫେସର ଚକ୍ରଧର ତ୍ରିପାଠୀ ହେଲେ କୋରାଫୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନୂଆ କୂଳପତି

କୋରାପୁଟ: କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନୂଆ କୂଳପତି ହେଲେ ପ୍ରଫେସର ଚକ୍ରଧର ତ୍ରିପାଠୀ। ପ୍ରଫେସର ଆଇ.ରାମବ୍ରହ୍ମଙ୍କର ଦେହାନ୍ତ ପରେ ଦୀର୍ଘ ବର୍ଷ‌େ ହେଲା ଏହି ପଦବି ଖାଲି ପଡିଥିଲା। ପଶ୍ଚିମବଙ୍ଗର ବିଶ୍ୱ ଭାରତୀ ଓ ଶାନ୍ତିନିକେତନରେ ପ୍ରଫେସର ଭାବେ କାର୍ଯ୍ୟରତ ପ୍ରଫେସର ତ୍ରିପାଠୀ ଏହି ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିବେ। ସୂଚନାଯୋଗ୍ୟ, ୨୦୨୧ ଜୁଲାଇରେ ସ୍ୱର୍ଗତ ଆଇ.ରାମବ୍ରହ୍ମଙ୍କ ଦେହାନ୍ତ ପରେ କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ କୁଳପତି ପଦବି ଖାଲି ପଡିଥିଲା। ଏବେ ୧୧ ପ୍ରତିଶତ ସ୍ଥାୟୀ ପଦବିରେ ବିଶ୍ୱବିଦ୍ୟାଳୟ ପରିଚାଳତ ହେଉଛି।

Show More

Related Articles

Back to top button