ଦେଶ ବିଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ପ୍ରଧାନମନ୍ତ୍ରୀ: ଦେଶରେ ସମସ୍ତ ନାଗରିକଙ୍କୁ ମିଳିବ କରୋନା ଭ୍ୟାକ୍ସିନ

ଭାରତର ଅର୍ଥବ୍ୟବସ୍ଥା ଦ୍ରୁତ ଗତିରେ ସୁଧୁରିବାକୁ ଲାଗିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଙ୍କେତ ଦେଇଛନ୍ତି । ମୋଦି କହିଛନ୍ତି ଯେ ଭାରତ ସରକାର ଏବେ ଶ୍ରମିକ ଆଇନ, କୃଷକ ଆଇନ ଏବଂ ମାନ୍ୟୁଫେକ୍ଟରିଂ ସେକ୍ଟରରେ ଯେଉଁଭଳି ଭାବେ ପରିବର୍ତ୍ତନ କରିଛନ୍ତି ତାଦ୍ବାରା ଆଗାମୀ ଦିନରେ ଭାରତର ଅର୍ଥବ୍ୟବସ୍ଥାରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ସମୟରେ କରୋନା ଭ୍ୟାକ୍ସିନକୁ ନେଇ ଦେଶବ୍ୟାପୀ ଜୋରଦାର ଚର୍ଚ୍ଚା ଚାଲିଛି । ମୋଦି ଦେଶବାସୀଙ୍କୁ କହିଛନ୍ତି ଯେ, ଦେଶର ପ୍ରତ୍ୟେକଙ୍କ ପାଇଁ କରୋନା ଭ୍ୟାକ୍ସିନ ଉପଲବ୍ଧ ହେବ । କାହାକୁ ବି ଛଡା ଯିବାନାହିଁ ।ଖବରକାଗଜ ଇକୋନୋମିକ୍ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, କରୋନା ମହାମାରୀ ଭିତରେ ଭାରତର ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଯାହା ଉପରେ ଦେଶର ସମସ୍ତରଙ୍କ ନଜର ରହିଛି ।

ସାରା ବିଶ୍ବର ଦେଶ ଏବେ ଭାରତୀୟ ବଜାର ଉପରେ ଭରଷା କରିବାକୁ ଲାଗିଲାଣି । ନିବେଶ ପାଇଁ ସବୁଠୁ ଉତ୍କୃଷ୍ଟ ଦେଶ ଭାବେ ଭାରତ ଅଗ୍ରଗତି କରୁଛି ।ସେ କହିଛନ୍ତି ଯେ, ଉଚିତ୍ ସମୟରେ ଲକ୍ ଡାଉନ୍ କରିବା ଦ୍ବାରା ହିଁ ଅନେକ ଜୀବନ ବଞ୍ଚାଇ ଯାଇ ପାରିଲା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତର ଅର୍ଥବ୍ୟବସ୍ଥା ସୁଧୁରିବାକୁ ଲାଗିଛି । ୨୦୨୪ ମଧ୍ୟରେ ଦେଶ ୫ ଲକ୍ଷ କୋଟି ଡଲାରର ଅର୍ଥବ୍ୟବସ୍ଥା ଲକ୍ଷ୍ୟ ପୂରଣ କରିପାରିବ ।

Show More

Related Articles

Back to top button