ଓଡ଼ିଶାଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଆସନ୍ତାକାଲି କେନ୍ଦ୍ର-ରାଜ୍ୟ ବିଜ୍ଞାନ ସମ୍ମିଳନୀକୁ ଉଦ୍‍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଡେସ୍କ: ଆସନ୍ତାକାଲି ଭିଡ଼ିଓ କନ୍‍ଫରେନ୍ସିଙ୍ଗ ଜରିଆରେ ୨ ଦିନିଆ କେନ୍ଦ୍ର-ରାଜ୍ୟ ବିଜ୍ଞାନ ସମ୍ମିଳନୀକୁ ଉଦ୍‍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ସମ୍ମିଳନୀ ଅହମ୍ମଦାବାଦର ସାଇନ୍ସ ସିଟି ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ନବୀକରଣ ଓ ଉଦ୍ୟୋଗପତି ପ୍ରତିଭା ବିକାଶ ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍ୟମର ଏହା ଏକ ଅଂଶବିଶେଷ। ଏହି ବିଜ୍ଞାନ ସମ୍ମିଳନୀ କେନ୍ଦ୍ର-ରାଜ୍ୟ ସମନ୍ୱୟ ଓ ମିଳିତ ଉଦ୍ୟୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବ। ସହଯୋଗମୂଳକ ସଂଘୀୟ ବ୍ୟବସ୍ଥା ଢ଼ାଞ୍ଚାରେ ବିଜ୍ଞାନ, ବୈଷୟିକ ଜ୍ଞାନ ଓ ନବୀକରଣର ଏକ ଇକୋ ସିଷ୍ଟମ ଦେଶରେ ସୃଷ୍ଟି କରାଯିବ। ଏହି ସମ୍ମିଳନୀର ଉଦ୍‍ଯାପନୀ ଅଧିବେସନରେ ଡିଜିଟାଲ ହେଲ୍‍ଥ କେୟାର, ୨୦୩୦ ସୁଦ୍ଧା ଗବେଷଣା ଓ ବିକାଶ କ୍ଷେତ୍ରରେ ବେସରକାରୀ ପୁଞ୍ଜିନିବେଶ ଦ୍ୱିଗୁଣିତ କରିବା, କୃଷକମାନଙ୍କ ଆୟ ବୃଦ୍ଧି ପାଇଁ ବୈଷୟିକ ଜ୍ଞାନର ପ୍ରୟୋଗ ଓ ସମସ୍ତଙ୍କୁ ପ୍ରଦୂଷଣମୁକ୍ତ ଶକ୍ତି ଯୋଗାଣ ଭଳି ବିଷୟମାନ ସ୍ଥାନ ପାଇବ ବୋଲି ସୂଚନାମିଳିଛି।

Show More

Related Articles

Back to top button