ଓଡ଼ିଶାଦେଶ ବିଦେଶମୁଖ୍ୟ ଖବରରାଜନୀତି

୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛି ବିଜେପି

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପାଇଁ ବ୍ୟାପକ ରଣନୀତି ପ୍ରସ୍ତୁତ କରୁଛି ବିଜେପି । ଓଡ଼ିଶା ଗସ୍ତରେ ଏକାବେଳେ ୭ଜଣ କେନ୍ଦ୍ରମନ୍ତ୍ରୀ ଆସିଥିବା ବେଳେ, ରାଜ୍ୟ ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଉଛି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅର୍ଜୁନ ମୁଣ୍ଡା, ନିତ୍ୟାନନ୍ଦ ରାୟ, ବିଶ୍ୱେଶ୍ୱର ଟୁଡୁ, ଭୂପିନ୍ଦର ଯାଦବ, ଅଶ୍ୱିନୀ ଚୌବେ ଓ ନିଶଥ ପରମାଣିକ ଓଡ଼ିଶା ଗସ୍ତରେ ଅଛନ୍ତି । ଆଜି କେନ୍ଦ୍ରାପଡ଼ା ଗସ୍ତରେ କେନ୍ଦ୍ର ମନ୍ତ୍ରୀ ନିଶଥ ପରମାଣିକ ଯିବାର କାର୍ଯ୍ୟକ୍ରମ ରହିଛି । ସେହିପରି ପୁରୀ ଗସ୍ତରେ ଯିବେ କେନ୍ଦ୍ର ମନ୍ତ୍ରୀ ଭୂପିନ୍ଦର ଯାଦବ । ସେପଟେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କଟକ ଗସ୍ତରେ ଯିବେ ବୋଲି ସୂଚନାମିଳିଛି । ଖାଲିସେତିକି ନୁହେଁ ଯାଜପୁରରେ ଅର୍ଜୁନ ମୁଣ୍ଡା ସାଙ୍ଗଠନିକ ସ୍ଥିତିର ସମୀକ୍ଷା କରିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ପକ୍ଷରୁ ବ୍ୟାପକ ବ୍ୟାବସ୍ଥା କରାଯାଉଛି । ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଦଳ ବିଭିନ୍ନ ଯୋଜନା କରୁଥିବା ସୂଚନାମିଳୁଛି । ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସିଥିଲେ । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାସହ ଦଳୀୟ କାର୍ଯ୍ୟାଳୟରେ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ମଧ୍ୟ କରିଥିବା ସୂଚନା ମିଳିଥିଲା । ୨୦୨୪ ନିର୍ବାଚନରେ ବିଜେପି ଫୋକସରେ ଓଡ଼ିଶାକୁ ରଖିଥିବା ଅନୁମାନ କରାଯାଉଛି ।

Show More

Related Articles

Back to top button