Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

କୃଷି ଆଇନ ସମ୍ପର୍କରେ ଆଜି ରାଜ୍ୟସଭାକୁ ସମ୍ୱୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ଚର୍ଚ୍ଚା ଜାରି ରହିଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ନିଜର ମତ ରଖିପାରନ୍ତି ।

ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ଚର୍ଚ୍ଚା ଜାରି ରହିଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ନିଜର ମତ ରଖିପାରନ୍ତି । କୁହାଯାଉଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ନିଜର ଭାଷଣରେ କୃଷି ଆଇନକୁ ନେଇ ନିଜର ମତ ରଖିପାରନ୍ତି । ଗୃହରେ କୃଷି ଆଇନକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜବାବ ପରେ କୃଷି ଆଇନର ରୂପରେଖ ନିର୍ଦ୍ଧାରଣ ହେବ । କିନ୍ତୁ ସରକାର ପୂର୍ବର ମଧ୍ୟ ଏହି ଆଇନକୁ ଫେରାଇ ନ ନେବା ପାଇଁ ଅନେକ ଦଲୀଲ ଦେଇ ସାରିଛନ୍ତି ।

ଜାତୀୟ ଗଣମାଧ୍ୟମକୁ ମିଳିଥିବା ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ ସମୟରେ କିଛି ନେତା ଗୃହରୁ ୱାକଆଉଟ ମଧ୍ୟ କରିପାରନ୍ତି । କୃଷି ଆଇନକୁ ନେଇ ବିରୋଧୀ ଦଳର ନେତାମାନେ ସରକାରଙ୍କୁ ଟାର୍ଗେଟ କରିଆସୁଛନ୍ତି । ସୋମବାର ୧୭ଟି ବିରୋଧ ଦଳର ଏକ ଯୁଗ୍ମ ବୈଠକ କରିବେ । ବୈଠକରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହେବ ।

Show More

Related Articles

Back to top button