ବିଶ୍ୱରେ ଜାରି ରହିଛି କରୋନା ଆତଙ୍କ, ୧୦ କୋଟି ୬୬ ଲକ୍ଷ ୭୩ ହଜାର ୯୮୯ରେ ପହଁଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
କରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଯଦିଓ ବଢ଼ିଛି, ତଥାପି ଦିନକୁ ଦିନ ମୃତ୍ୟୁ ସଂଖ୍ୟା ଓ ଗୁରୁତର ସଂଖ୍ୟା ପୂର୍ବ ତୁଳନାରେ ହ୍ରାସ ପାଇବାରେ ଲାଗିଛି । ମାସକୁ ପୂର୍ବରୁ ଆମେରିକାରେ ୨୯ ହଜାର ୪୬ ଜଣ ଲୋକ କରୋନା ଆକ୍ରାନ୍ତରେ ଥିଲେ ଗୁରୁତର ଥିଲେ, ଯାହାକି ଆଜିର ଦିନରେ ପ୍ରାୟ ସାଢ଼େ ୭ହଜାର କମିଛି । ସେହିପରି ବିଶ୍ୱସ୍ତରରେ ମଧ୍ୟ ଗୁରୁତର ଆକ୍ରାନ୍ତଙ୍କ ପାରା ଖସିଛି ।

ବିଶ୍ୱବ୍ୟାପୀ ଆଜି ପର୍ଯ୍ୟନ୍ତ ୧୦ କୋଟି ୬୬ ଲକ୍ଷ ୭୩ ହଜାର ୯୮୯ଜଣ କରୋନା ଭାଇରସ ମହାମାରୀରେ ସଂକ୍ରମିତ ହୋଇସାରିଥିବା ବେଳେ ୨୩ ଲକ୍ଷ ୨୬ ହଜାର ୭୭୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୭ କୋଟି ୮୫ ଲକ୍ଷ ୨୦ ହଜାର ୩୯୪ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୮ ଲକ୍ଷ ୨୬ ହଜାର ୮୨୨ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୧ ଲକ୍ଷ ୩ ହଜାର ୪୪୧ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।
ଆମେରିକାରେ ଆଜି ସକାଳ ସାଢ଼େ ୬ଟା ସୁଦ୍ଧା ୨ କୋଟି ୭୬ ଲକ୍ଷ ୯ ହଜାର ୨୧୩କୁ ବୃଦ୍ଧି ପାଇଛି । ଦେଶରେ ୪ ଲକ୍ଷ ୭୪ ହଜାର ୯୩୩ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ କୋଟିଏ ୭୩ ଲକ୍ଷ ୫୪ ହଜାର ୩୮୮ ଜଣ ସୁସ୍ଥ ହୋଇଥିବା ବେଳେ ୯୭ ଲକ୍ଷ ୭୯ ହଜାର ୮୯୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୨୧ ହଜାର ୯୦୭ ଜଣ ଗୁରୁତର ଅଛନ୍ତି ।